ଏହାପୂର୍ବରୁ ବୁଧବାର (୧୬ ଜୁଲାଇ) ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା, ଛାତିରେ ଯନ୍ତ୍ରଣା ଏବଂ ବୟସଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥିଲା। ଏହାପରେ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ପତ୍ନୀ ଚେନ୍ନମ୍ମାଙ୍କର ଶନିବାର (୧୮ ଜୁଲାଇ ୨୦୨୬) ବେଙ୍ଗାଲୁରୁର ଏକ ବେସରକାରୀ ହସ୍ପିଟାଲରେ ପରଲୋକ ଘଟିଛି। ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କୁ ହଠାତ୍ ହୃଦଘାତ ହୋଇଥିଲା। ଏହାପୂର୍ବରୁ ବୁଧବାର (୧୬ ଜୁଲାଇ) ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା, ଛାତିରେ ଯନ୍ତ୍ରଣା ଏବଂ ବୟସଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥିଲା। ଏହାପରେ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଶ୍ରୀମତୀ ଚେନ୍ନମ୍ମାଙ୍କ ସ୍ୱାସ୍ଥ୍ୟରେ ପୂର୍ବରୁ କିଛିଟା ସୁଧାର ଦେଖାଯାଉଥିଲା। କିନ୍ତୁ ଶନିବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ତାଙ୍କୁ ଭୟଙ୍କର କାର୍ଡିଆକ୍ ଆରେଷ୍ଟ ହୋଇଥିଲା। ବୁଧବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର ପୁରୁଣା ଏୟାରପୋର୍ଟ ରୋଡସ୍ଥିତ ମଣିପାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା। ଶନିବାର ଚିକିତ୍ସା ସମୟରେ ତାଙ୍କ ଶରୀରରେ କୌଣସି ଜୀବନଚିହ୍ନ ନ ମିଳିବାରୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

