ବଡ଼ ତୀବ୍ରତାର ଭୂମିକମ୍ପରେ ଥରି ଉଠିଲା ଜାପାନ, ସୁନାମି ଆଲର୍ଟ ଜାରି । ଜାପାନରେ ୭ ଦଶମିକ ୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନର କୁମାମୋଟୋ ପ୍ରଦେଶରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ବଡ଼ ତୀବ୍ରତାର ଭୂମିକମ୍ପରେ ଥରି ଉଠିଲା ଜାପାନ, ସୁନାମି ଆଲର୍ଟ ଜାରି । ଜାପାନରେ ୭ ଦଶମିକ ୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନର କୁମାମୋଟୋ ପ୍ରଦେଶରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସବିଶେଷ ସୂଚନା ମିଳିନାହିଁ । ତେବେ ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି । ସମୁଦ୍ରରେ ଉଚ୍ଚ ତରଙ୍ଗ ସୃଷ୍ଟି ହେବା ସହ ସୁନାମି ଆଶଙ୍କା ନେଇ କର୍ତ୍ତୃପକ୍ଷ ସତର୍କ ରହିଛନ୍ତି ।
କୁମାମୋଟୋ, ନାଗାସାକି, କାଗୋଶିମା, ଫୁକୁଓକା, ସାଗା, ଓଇଟା ଏବଂ ମିଆଜାକି ପ୍ରଦେଶ ପାଇଁ ଜରୁରିକାଳୀନ ଭୂମିକମ୍ପ ଚେତାବନୀ ଜାରି କରାଯାଇଛି । ଜାପାନ ବିଶ୍ୱର ସବୁଠାରୁ ଭୂମିକମ୍ପପ୍ରବଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ଏଠାରେ ଅତି କମରେ ପ୍ରତି ୫ ମିନିଟରେ ଏକ ଭୂମିକମ୍ପ ହୁଏ। ଏହାର ମୁକାବିଲା ପାଇଁ ସରକାର ଆଗୁଆ ପ୍ରସ୍ତୁତି କରିଛନ୍ତି । ଏଥିପାଇଁ ଧନଜୀବନ ହାନି ରୋକାଯାଇପାରୁଛି ।

