ବାରଙ୍ଗ ଅଞ୍ଚଳରେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରି ସିରିଜ୍ ଚୋରି ଘଟଣା ଘଟିଛି । ଚୋରମାନେ ରାତିର ଅନ୍ଧାରର ସୁଯୋଗ ନେଇ ମୋଟ ୪ଟି ମନ୍ଦିରରୁ ସୁନାଗହଣା ସହ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି ।
ବାରଙ୍ଗ ଅଞ୍ଚଳରେ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରି ସିରିଜ୍ ଚୋରି ଘଟଣା ଘଟିଛି । ଚୋରମାନେ ରାତିର ଅନ୍ଧାରର ସୁଯୋଗ ନେଇ ମୋଟ ୪ଟି ମନ୍ଦିରରୁ ସୁନାଗହଣା ସହ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି । ଏଥିରେ ବାରଙ୍ଗର କନକ ଦୁର୍ଗା ମନ୍ଦିର ସହିତ କଣ୍ଟାପଡ଼ା ମଠ ପରିସରରେ ଥିବା ଜଗନ୍ନାଥ, ଲକ୍ଷ୍ମୀ ଓ ମଙ୍ଗଳା ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।
ସ୍ଥାନୀୟ ଲୋକେ ସକାଳେ ମନ୍ଦିରକୁ ପହଞ୍ଚିବା ପରେ ତାଳା ଭାଙ୍ଗିଥିବା ଓ ଗହଣା ଗାୟବ ହୋଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ବାରଙ୍ଗ ପୁଲିସ୍ ତତ୍କ୍ଷଣାତ୍ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ ସିରିଜ୍ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ ଅସନ୍ତୋଷ ବ୍ୟାପିଛି । ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠୁଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଧରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

