ଗୋପାଳପୁର ବନ୍ଦର ଆଗରେ ୪ଟି ଗାଁର ଲୋକଙ୍କ ଧାରଣା ପ୍ରସଙ୍ଗ । ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ଗୋପାଳପୁର ବନ୍ଦର ଆଗରେ ୪ଟି ଗାଁର ଲୋକଙ୍କ ଧାରଣା ପ୍ରସଙ୍ଗ । ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ବସିଥିଲା ବୈଠକ । ପ୍ରତିଦିନ ସମୁଦ୍ରର ଦୁଇ ପାର୍ଶ୍ୱରେ ୫୦ ଟ୍ରିପ ରୁ ଅଧିକ ପଥର ପକେଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ଏଥିସହ ତଦାରଖ ପାଇଁ ୫ ଜଣିଆ କୋର କମିଟି ଗଠନ କରିଛି ପ୍ରଶାସନ ।
ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘି ଗାଁ ଆଡକୁ ଅଗ୍ରସର ହେଉଥିବାରୁ ଗାଁଟି ଦିନେ ନା ଦିନେ ସମୁଦ୍ର ଆଁ ଭିତରକୁ ଚାଲିଯିବ ବୋଲି ଆଶଙ୍କା ଦେଖାଦେଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ସ୍କୁଲଠାରୁ ମାତ୍ର ୧୦ ମିଟର ଦୂରରେ ସମୁଦ୍ରକୁ ଦେଖି ଗାର୍ଡୱାଲ୍ ନିର୍ମାଣ ଲାଗି ଗତ ୧୦ ତାରିଖରେ ପ୍ରଶାସନ ସହିତ ଆଲୋଚନା ହୋଇଥିଲା । ମାତ୍ର କୌଣସି ସମାଧାନ ନହେବାରୁ ପୂର୍ବ ନିଷ୍ପତ୍ତି ଅନୁସାରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

