୧୩୫ତମ ‘ମନ୍ କି ବାତ୍’ରେ ମୋଦୀଙ୍କ ମନକଥା , ଦେଶର ସଫଳତାର କଲେ ଚର୍ଚ୍ଚା

୧୩୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ବିଭିନ୍ନ ସଫଳତା, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା କ୍ଷେତ୍ରର ଉନ୍ନତି ଏବଂ ବିଶ୍ୱସ୍ତରରେ ଯୋଗର ବଢ଼ୁଥିବା ଲୋକପ୍ରିୟତା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

୧୩୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ବିଭିନ୍ନ ସଫଳତା, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା କ୍ଷେତ୍ରର ଉନ୍ନତି ଏବଂ ବିଶ୍ୱସ୍ତରରେ ଯୋଗର ବଢ଼ୁଥିବା ଲୋକପ୍ରିୟତା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଭାରତୀୟ ନୌସେନାରେ ତିନୋଟି ସ୍ୱଦେଶୀ ଯୁଦ୍ଧପୋତ ‘ଦୁନାଗିରି’, ‘ଅଗ୍ରେୟ’ ଏବଂ ‘ସଂଶୋଧକ’ ସାମିଲ ହେବାକୁ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୁଦ୍ଧପୋତ ସାମିଲ ହେବା ଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ଆହୁରି ସୁଦୃଢ଼ ହୋଇଛି ।

ଆଧୁନିକ ପ୍ରଯୁକ୍ତି ଓ ସ୍ୱଦେଶୀ କ୍ଷମତା ଯୋଗୁଁ ଭାରତ ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିପାରିଛି । ସେହିପରି, ନିକଟରେ ପାଳିତ ଆନ୍ତର୍ଜାତିକ ଯୋଗ ଦିବସକୁ ନେଇ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ୱର ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଯୋଗଦାନକୁ ସେ ଭାରତର ସାଂସ୍କୃତିକ ପରମ୍ପରାର ବିଶ୍ୱବ୍ୟାପୀ ସ୍ୱୀକୃତି ବୋଲି କହିଛନ୍ତି । ଦେଶର ଉନ୍ନତି, ଆତ୍ମନିର୍ଭରତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ନୂଆ ଭାରତ ଗଠନର ସଂକଳ୍ପକୁ ଦୋହରାଇ ଦେଶବାସୀଙ୍କୁ ଏହି ଯାତ୍ରାରେ ସହଭାଗୀ ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *