ଭିନ୍ନକ୍ଷମ ଭତ୍ତା ପାଇଁ ଦୀର୍ଘ ୧୬ ବର୍ଷ ଦହଗଞ୍ଜ । ଫାଇଲ୍ ଆଗକୁ ବଢୁନାହିଁ । ୨୦ ବର୍ଷ ହେଲା ପକ୍ଷାଘାତରେ ଶଯ୍ୟାଶାୟୀ ବୃଦ୍ଧା । ୧୬ ବର୍ଷ ତଳେ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଆବେଦନ କରିଥିଲେ । ଦୁଇଥର ଭତ୍ତା ପାଇଁ ଆବେଦନ କରିଥିଲେ ।
ଭିନ୍ନକ୍ଷମ ଭତ୍ତା ପାଇଁ ଦୀର୍ଘ ୧୬ ବର୍ଷ ଦହଗଞ୍ଜ । ଫାଇଲ୍ ଆଗକୁ ବଢୁନାହିଁ । ୨୦ ବର୍ଷ ହେଲା ପକ୍ଷାଘାତରେ ଶଯ୍ୟାଶାୟୀ ବୃଦ୍ଧା । ୧୬ ବର୍ଷ ତଳେ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଆବେଦନ କରିଥିଲେ । ଦୁଇଥର ଭତ୍ତା ପାଇଁ ଆବେଦନ କରିଥିଲେ । ଏହାପରେ ପ୍ରମାଣପତ୍ର ପୁରୁଣା, ଏହା କାମରେ ଆସିବ ନାହିଁ ଦର୍ଶାଇ ଅନଲାଇନ ପ୍ରମାଣପତ୍ର ଆଣିବାକୁ କହିଥିଲେ ବ୍ଲକ ଅଧିକାରୀ । ପରିବାର ଲୋକେ ଦିବ୍ୟାଙ୍ଗ ମହିଳାଙ୍କୁ ନେଇଗଲେ ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟ ପରିଷଦ ପାଖକୁ । ତାଙ୍କୁ ବ୍ଲକ ଶିବିରରେ ପ୍ରମାଣପତ୍ର ମିଳିବ କହି ଫେରାଇ ଦେଇଥିଲା ପରିଷଦ ।
ପୁଣି ବ୍ଲକ ଶିବିରରେ ଆବେଦନ କରିଥିଲେ। କିନ୍ତୁ ଆଜି ଯାଏ ତାଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଖଣ୍ଡେ ମିଳିଲା ନାହିଁ । ଯେଉଁଥିପାଇଁ ତାଙ୍କ ଭତ୍ତା ଆବେଦନ ସେମିତି ଫାଇଲରେ ପଡ଼ିରହିଛି । ପ୍ରାଶାସନିକ ଉଦାସୀନତା ଓ ଅବହେଳା ଯୋଗୁଁ ୧୬ବର୍ଷ ହେଲା ଏମିତି ଦହଗଞ୍ଜ ହେଉଛନ୍ତି ୫୫ ବର୍ଷୀୟା ନିର୍ମଳା ଡାହାଙ୍ଗା । ସବଡେଗା ବ୍ଲକ କୁକୁରିଡିହି ପଚାଂୟତର ଏହି ବୁଢୀ ମାଆଙ୍କ ପାଖରେ ପହଞ୍ଚିଛି କନକ ନ୍ୟୁଜ ।

