ସେମିଫାଇନାଲ୍‌ ପ୍ରବେଶ ସହ ଭାରତକୁ ପ୍ରୋ ଲିଗ୍‌ ଯୋଗ୍ୟତା, ଏଫଆଇଏଚ୍‌ ନେସନ୍ସ କପ୍‌ ମହିଳା ହକି

ମଙ୍ଗଳବାର ମ୍ୟାଚ୍‌ରେ ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ୩୩ତମ ମିନିଟରେ ସଲିମା ଟେଟେ ‌ଗୋଲ୍‌ ଦେଇଥିଲେ ମଧ୍ୟ ଜାପାନ ଏହାକୁ ତୁରନ୍ତ ଶୁଝାଇ ଦେଇଥିଲା। ୨ ମିନିଟ୍‌ ପରେ ଆଇ ହିରାମିତସୁ (୩୫ତମ ମିନିଟ୍‌) ଏହି ଗୋଲଟି ଦେଇଥିଲେ।

ଜାପାନକୁ ୨-୧ ଗୋଲ୍‌ରେ ହରାଇ ଭାରତୀୟ ମହିଳା ହକି ଦଳ ଚଳିତ ଏଫଆଇଏଚ୍‌ ନେସନ୍ସ କପ୍‌ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ଆସନ୍ତାବର୍ଷର ଏଫଆଇଏଚ୍‌ ପ୍ରୋ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ପରାସ୍ତ କରିଥିବା ଭାରତୀୟ ଦଳ ପାଇଁ ମଙ୍ଗଳବାର ଅଧିନାୟିକା ସଲିମା ଟେଟେ ଓ ଲାଲରେମସିଆମି ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଭାରତ ଦୁଇ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ସହ ସେମିଫାଇନାଲ୍‌ ପ୍ରବେଶକୁ ନିଶ୍ଚିତ କରିଛି। 

ମଙ୍ଗଳବାର ମ୍ୟାଚ୍‌ରେ ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ୩୩ତମ ମିନିଟରେ ସଲିମା ଟେଟେ ‌ଗୋଲ୍‌ ଦେଇଥିଲେ ମଧ୍ୟ ଜାପାନ ଏହାକୁ ତୁରନ୍ତ ଶୁଝାଇ ଦେଇଥିଲା। ୨ ମିନିଟ୍‌ ପରେ ଆଇ ହିରାମିତସୁ (୩୫ତମ ମିନିଟ୍‌) ଏହି ଗୋଲଟି ଦେଇଥିଲେ। ଚତୁର୍ଥ କ୍ବାର୍ଟର ପ୍ରଥମରୁ ସୁଶୀଲା ଚାନୁଙ୍କ ଚମତ୍କାର ପାସ୍‌ରୁ ଅଭିଜ୍ଞା ଲାଲରେମସିଆମି (୪୯ ମିନିଟ୍‌)ଙ୍କ ନିର୍ଣ୍ଣାୟକ ଗୋଲ ଭାରତକୁ ନିଶ୍ଚିତ କରିଥିଲା। ଜାପାନ ଶେଷ କ୍ବାର୍ଟରରେ ଜୋରଦାର ଆକ୍ରମଣ କରିଥିଲେ ମଧ୍ୟ ଭାରତର ରକ୍ଷଣଭାଗ ଏହାକୁ ପଣ୍ଡ କରିଦେବାରେ ସକ୍ଷମ ହୋଇଥିଲା। ଭାରତ ନିଜ ଶେଷ ଗ୍ରୁପ୍‌ ମ୍ୟାଚ୍‌ ଜୁନ୍‌ ୧୮ ତାରିଖରେ ଉରୁଗୁଏ ବିପକ୍ଷରେ ଖେଳିବ। ଅନ୍ୟ ସେମିଫାଇନାଲ୍‌ ସ୍ଥାନ ପାଇଁ ଆମେରିକା ଓ ଜାପାନ ଲଢ଼େଇ କରିବେ।

Leave a Reply

Your email address will not be published. Required fields are marked *