ଅର୍ଥ ହେରଫେର ଅଭିଯୋଗ ମାମଲା ; ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଅଧିକାରୀଙ୍କ ତନାଘନା

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍‌ର ପଚରାଉଚରା । ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ମାରାଥନ୍ ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଜେରା ଚାଲିବ ।

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ଅଭିଯୋଗ ମାମଲା । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍‌ର ପଚରାଉଚରା । ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ମାରାଥନ୍ ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଜେରା ଚାଲିବ । ଭିଜିଲାନ୍ସ ଜେରାର ସମ୍ମୁଖୀନ ହେବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୋଟ ୯୩ ଜଣ ଡାକ୍ତର ଓ କର୍ମଚାରୀ । ଆଜି ୪୯ ଜଣ ଭିଜିଲାନ୍ସ ଜେରାର ସମ୍ମୁଖୀନ ହେବାକୁ ଥିବା ବେଳେ ବଳକା କର୍ମଚାରୀ ଆସନ୍ତାକାଲି ଜେରା ହେବେ। ଏହି କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ବାଦ୍ ମନଇଚ୍ଛା ଅତିରିକ୍ତ ଅର୍ଥ ଦେଇ, ପରେ ସେମାନଙ୍କ ଠାରୁ ଅସୁଲ କରି ଆତ୍ମସାତ୍ କରିଛି ସୁବ୍ରତ ବେହେରା । ଏପରିକି ଭିଜିଲାନ୍ସ ଜାଲରୁ ବାଦ୍ ପଡ଼ିନାହାନ୍ତି ହସ୍ପିଟାଲର ଚତୁର୍ଥ ଶ୍ରେଣୀ କର୍ମଚାରୀ । 

୮ ଜଣ ୱାର୍ଡ ଆଟେଣ୍ଡାଣ୍ଟ, ୨ ଜଣ ରୋଷେୟା, ୨ ଜଣ ଡ୍ରାଇଭର, ଜଣେ ପିଅନ ବି ସୁବ୍ରତଙ୍କ ଦ୍ଵାରା ଅର୍ଥ ତୋସରପାତର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଏବେ ୨୬ ଜଣ ଅବସର ନେଇସାରିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ୨ କୋଟି ୩୮ ଲକ୍ଷ ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଗତ ଫେବ୍ରୁଆରୀ ମାସରେ ସୁବ୍ରତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *