ତୁଷୁରା ଏନ୍ ଏ ସି ଅଫିସ ଗେଟରେ ତାଲା । ଗେଟରେ ତାଲା ଦେଇ ଆନ୍ଦୋଲନ କଲେ ସଫେଇ କର୍ମଚାରୀ । ବକେୟା ଇପିଏଫ ଟଙ୍କା ପାଇ ୧୫ଦିନ ହେଲା ଧାରଣା ଦେଉଥିଲେ ସଫେଇ କର୍ମଚାରୀ । ଆଜି ଗେଟରେ ତାଲା ଦେଇ କରୁଛନ୍ତି ଆନ୍ଦୋଳନ ।

ତୁଷୁରା ଏନ୍ ଏ ସି ଅଫିସ ଗେଟରେ ତାଲା । ଗେଟରେ ତାଲା ଦେଇ ଆନ୍ଦୋଲନ କଲେ ସଫେଇ କର୍ମଚାରୀ । ବକେୟା ଇପିଏଫ ଟଙ୍କା ପାଇ ୧୫ଦିନ ହେଲା ଧାରଣା ଦେଉଥିଲେ ସଫେଇ କର୍ମଚାରୀ । ଆଜି ଗେଟରେ ତାଲା ଦେଇ କରୁଛନ୍ତି ଆନ୍ଦୋଳନ । ବଲାଙ୍ଗିର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଗତ ୧୫ଦିନ ହେଲା ସଫେଇ କାର୍ଯ୍ୟ ବନ୍ଦ କରି ଆନ୍ଦୋଲନ କରୁଛନ୍ତି ସଫେଇ କର୍ମଚାରୀ ।
କାମ ବନ୍ଦ କରି ଆନ୍ଦୋଲନ କରୁଥିଲେ ବି ଏନ୍ ଏ ସି କତୃପକ୍ଷ କର୍ଣ୍ଣପାତ କରୁନଥିବାରୁ ଆଜି ଗେଟରେ ତାଲା ଦେଇ ନାରାବାଜି କରି ଆନ୍ଦୋଲନ କରୁଛନ୍ତି ସଫେଇ କର୍ମଚାରୀ । ତେବେ ସଫେଇ କରୁଥିବା କର୍ମଚାରୀଙ୍କ ଇପିଏଫ୍ ଟଙ୍କା କାଟି କି ରଖିଥିଲେ ବି ୧୮ ମାସର ଇପିଏଫ ଟଙ୍କା । ଠିକା ସଂସ୍ଥା ଦେଉନଥିବାରୁ କର୍ମଚାରୀମାନେ କାମ ବନ୍ଦ ଆନ୍ଦୋଳନ କରିଛନ୍ତି । ଯାହାଫଳରେ ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ିଥିବାରୁ ଦୁର୍ଗନ୍ଧରେ ମୁହଁ ମୁଡ଼ିଛନ୍ତି ଲୋକେ । ତେବେ କେବେ ଏହାର ସମାଧାନ ହେବ ତାହାରି ଉପରେ ନଜର ରହିଛି ।
