ଆମେରିକା ଏବଂ କାନାଡା ମଧ୍ୟରେ ବଢୁଥିବା ବାଣିଜ୍ୟ ଉତ୍ତେଜନା ଏବେ ଦୁଇ ଦେଶର ମିଳିତ ଭିତ୍ତିଭୂମି ପ୍ରକଳ୍ପ ଉପରେ ପ୍ରଭାବ ପକାଉଛି । ଗୋର୍ଡି ହୋୱେ ଅନ୍ତର୍ଜାତୀୟ ସେତୁର ମିଳିତ ଉଦ୍ଘାଟନ ଉତ୍ସବରେ ଯୋଗଦେବା ପାଇଁ କାନାଡା ଆମେରିକାକୁ ଦେଇଥିବା ନିମନ୍ତ୍ରଣ ପ୍ରତ୍ୟାହାର କରିନେଇଛି ।
ଆମେରିକା ଏବଂ କାନାଡା ମଧ୍ୟରେ ବଢୁଥିବା ବାଣିଜ୍ୟ ଉତ୍ତେଜନା ଏବେ ଦୁଇ ଦେଶର ମିଳିତ ଭିତ୍ତିଭୂମି ପ୍ରକଳ୍ପ ଉପରେ ପ୍ରଭାବ ପକାଉଛି । ଗୋର୍ଡି ହୋୱେ ଅନ୍ତର୍ଜାତୀୟ ସେତୁର ମିଳିତ ଉଦ୍ଘାଟନ ଉତ୍ସବରେ ଯୋଗଦେବା ପାଇଁ କାନାଡା ଆମେରିକାକୁ ଦେଇଥିବା ନିମନ୍ତ୍ରଣ ପ୍ରତ୍ୟାହାର କରିନେଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଜବାବରେ କହିଛନ୍ତି ଯେ, ଏହା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ କାନାଡା ପୂର୍ବରୁ ଆମେରିକାକୁ ଭାରୀ ଶୁଳ୍କ ଦେଉଛି । ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଦାବି କରିଛନ୍ତି ଯେ, ପୂର୍ବ ଆମେରିକା ସରକାର ଏହି ପ୍ରକଳ୍ପ ସହିତ ଜଡିତ ଏକ ଅତ୍ୟନ୍ତ ଖରାପ ଚୁକ୍ତି କରିଥିଲେ, କିନ୍ତୁ ବର୍ତ୍ତମାନ ଏହାର ସର୍ତ୍ତାବଳୀ ପରିବର୍ତ୍ତନ ହୋଇଛି । କାନାଡାକୁ ଏକ ଝଟକା ଦେଇ ଟ୍ରମ୍ପ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ନୂତନ ଚୁକ୍ତି ଅନୁଯାୟୀ, ଆମେରିକା ଏବେ ଏହି ପ୍ରକଳ୍ପର ନିଟ୍ ଲାଭର ୫୦ ପ୍ରତିଶତ ପାଇବ । ଆମେରିକା ଚଳିତ ସପ୍ତାହରେ କିଛି କାନାଡା ଉତ୍ପାଦ ଉପରେ ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଘୋଷଣା କରିଥିଲା । ଆମେରିକା ପ୍ରଶାସନ କହିଥିଲା ଯେ, କାନାଡା ଦ୍ୱାରା ଆମେରିକୀୟ ଉତ୍ପାଦଗୁଡ଼ିକ ପ୍ରତି କରାଯାଉଥିବା ପକ୍ଷପାତପୂର୍ଣ୍ଣ ନୀତିର ଜବାବରେ ଏହି ପଦକ୍ଷେପ ନିଆଯାଇଛି । ମୋଟର ଯାନ, କ୍ଷୀର ଉତ୍ପାଦ ଏବଂ ମଦ୍ୟପାନ ଭଳି କ୍ଷେତ୍ର ସହିତ ଜଡିତ କିଛି କାନାଡାୀୟ ସାମଗ୍ରୀ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ । ଟ୍ରମ୍ପଙ୍କ ଦ୍ୱାରା ଆଦେଶ ସ୍ୱାକ୍ଷରିତ ହେବାର ୩୦ ଦିନ ପରେ ଏହି ଶୁଳ୍କ ଲାଗୁ ହେବ ।
ଆମେରିକାର ନିଷ୍ପତ୍ତି ପରେ, କାନାଡାର ଭିତ୍ତିଭୂମି ମନ୍ତ୍ରୀ ଗ୍ରେଗର ରବର୍ଟସନଙ୍କ କାର୍ଯ୍ୟାଳୟ ଏକ ବିବୃତି ଜାରି କରି କହିଛି ଯେ, ଆମେରିକାର ବାଣିଜ୍ୟ କାର୍ଯ୍ୟାନୁଷ୍ଠାନର ଧମକକୁ ଦୃଷ୍ଟିରେ ରଖି ଦୁଇ ଦେଶ ଏକାଠି ଉତ୍ସବ ପାଳନ କରିବା ଅନୁଚିତ ହେବ । ସେ କହିଛନ୍ତି ଯେ ଏହି ସେତୁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ, ବର୍ଷ ବର୍ଷର କଠିନ ପରିଶ୍ରମର ଫଳାଫଳ, ଏବଂ ଭବିଷ୍ୟତର ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେବ । ଟ୍ରମ୍ପ ଏହା ମଧ୍ୟ ଦାବି କରିଥିଲେ ଯେ, କାନାଡା ଏବଂ ମିଶିଗାନ ମଧ୍ୟରେ ୨୦୧୨ ଚୁକ୍ତିନାମା ଆଉ କାର୍ଯ୍ୟକାରୀ ହେଉନାହିଁ । ତେବେ ଗ୍ରେଗର ରବର୍ଟସନ ଉଦ୍ଘାଟନ ସମାରୋହ ପରେ କହିଛନ୍ତି ଯେ ଟ୍ରମ୍ପଙ୍କ ଦାବି ସତ୍ୟ ନୁହେଁ । ଚୁକ୍ତିନାମା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି ।
ସେତୁର ସରକାରୀ ୱେବସାଇଟ୍ ଅନୁଯାୟୀ, ଗର୍ଡି ହାୱେ ଇଣ୍ଟରନ୍ୟାସନାଲ୍ ସେତୁ ଉତ୍ତର ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରୁ ଗୋଟିଏ । ଏହି ସେତୁଟି ଜୁଲାଇ ୨୭ ଦିନ ୧୨:୦୦ ଟାରେ ସାଧାରଣ ଲୋକଙ୍କ ପାଇଁ ଆନୁଷ୍ଠାନିକ ଭାବରେ ଖୋଲାଯିବ । ଏହି ସେତୁ କାନାଡାର ହାଇୱେ ୪୦୧କୁ ସିଧା ଆମେରିକା ଇଣ୍ଟରଷ୍ଟେଟ୍ ୭୫ ସହିତ ସଂଯୋଗ କରୁଛି । ପ୍ରତିବର୍ଷ ମିଶିଗାନ ଏବଂ ଅଣ୍ଟାରିୟୋ ମଧ୍ୟରେ ଏହି କରିଡର ଦେଇ ପ୍ରାୟ ୩୦୦ ବିଲିୟନ ଡଲାର ବାଣିଜ୍ୟ ହୋଇଥାଏ । ଏହି ପ୍ରକଳ୍ପରେ କାନାଡା ଏବଂ ଆମେରିକା ପାଇଁ ଏକ ଛଅ ଲେନ୍ ସେତୁ, ୧୬ ଟୋଲ୍ ଲେନ୍ ଏବଂ ମୋଟ ୬୦ ଟି ଯାଞ୍ଚ ଲେନ୍ ଅନ୍ତର୍ଭୁକ୍ତ। ଏହା ଦୁଇ ଦେଶ ମଧ୍ୟରେ ଯାତ୍ରୀ ଏବଂ ବାଣିଜ୍ୟିକ ସାମଗ୍ରୀର ଗତିକୁ ଦ୍ରୁତ, ସୁରକ୍ଷିତ ଏବଂ ସୁଗମ କରିବ ବୋଲି ଆଶା କରାଯାଉଛି ।

