ସାଇକେଲ୍ରୁ ମହାକାଶ । ଭାରତର ଗର୍ବର ଗାଥା । ପୁରୁଣା ସାଇକେଲରେ ରକେଟ୍ ପାର୍ଟସ୍ ବୋହିବାରୁ ଆରମ୍ଭ ହୋଇଥିଲା ଯାତ୍ରା । ବିଶ୍ୱ ମହାକାଶ କ୍ଷେତ୍ରରେ ଶୀର୍ଷରେ ଭାରତ । ଆଜି ପାଳିତ ହେଉଛି ଦେଶର ତୃତୀୟ ଜାତୀୟ ମହାକାଶ ଦିବସ ।
ସାଇକେଲ୍ରୁ ମହାକାଶ । ଭାରତର ଗର୍ବର ଗାଥା । ପୁରୁଣା ସାଇକେଲରେ ରକେଟ୍ ପାର୍ଟସ୍ ବୋହିବାରୁ ଆରମ୍ଭ ହୋଇଥିଲା ଯାତ୍ରା । ବିଶ୍ୱ ମହାକାଶ କ୍ଷେତ୍ରରେ ଶୀର୍ଷରେ ଭାରତ । ଆଜି ପାଳିତ ହେଉଛି ଦେଶର ତୃତୀୟ ଜାତୀୟ ମହାକାଶ ଦିବସ । ଅହମ୍ମଦାବାଦ ସ୍ଥିତ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଠାରେ ୩ୟ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦେଶର ମହାକାଶ ଯାତ୍ରାର ସଫଳତା ବଖାଣିଛନ୍ତି ଇସ୍ରୋ ଅଧ୍ୟକ୍ଷ। । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଗୁଜୁରାଟର କ୍ୟାବିନେଟ୍ ମନ୍ତ୍ରୀ ଅର୍ଜୁନ ମୋଧୱାଡିଆ, ଇସ୍ରୋ ଚେୟାରମ୍ୟାନ୍ ଡାକ୍ତର ଭି. ନାରାୟଣନ୍ ଏବଂ ଇନ୍-ସ୍ପେସ୍ ଚେୟାରମ୍ୟାନ୍ ଡାକ୍ତର ପୱନ ଗୋଏଙ୍କାଙ୍କ ଉପସ୍ଥିତି ଥିଲେ ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଇସ୍ରୋ ଚେୟାରମ୍ୟାନ୍ ଦେଶର ମହାକାଶ କାର୍ୟ୍ୟକ୍ରମର ସେହି ଦିନଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ଗମନାଗମନ ପାଇଁ କୌଣସି ଯାନବାହନ ନଥିଲା ଏବଂ ପୁରୁଣା ସାଇକେଲରେ ରକେଟ୍ ଅଂଶଗୁଡ଼ିକୁ ବୁହାଯାଉଥିଲା । ମାତ୍ର ଆଜି ଭାରତ ୯ଟି କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି ବୋଲି ସେ ଗର୍ବର ସହ କହିଛନ୍ତି ।”

