ରାଜଧାନୀ ଦିଲ୍ଲୀରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଜସୋଲା ଅଞ୍ଚଳରେ ଏକ ଖାଲା ନାଳରେ ପଡ଼ି ଜଣେ ୧୫ ବର୍ଷୀୟ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ଓ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି ।
ରାଜଧାନୀ ଦିଲ୍ଲୀରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ଜସୋଲା ଅଞ୍ଚଳରେ ଏକ ଖାଲା ନାଳରେ ପଡ଼ି ଜଣେ ୧୫ ବର୍ଷୀୟ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ଓ ଉଦ୍ଧାର ଅଭିଯାନ ଜୋରଦାର କରାଯାଇଛି । ନାଳରେ ପାଣିର ପ୍ରବଳ ସ୍ରୋତ ଏବଂ ଜଟିଳ ପରିସ୍ଥିତି ଉଦ୍ଧାରକାରୀ ଟିମ୍ ପାଇଁ ଏକ ବଡ଼ ଚାଲେଞ୍ଜ୍ ପାଲଟିଛି । ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଛାତ୍ରଙ୍କର କୌଣସି ସୁଧା କିମ୍ବା ମୃତଦେହ ମିଳିପାରି ନାହିଁ । ପ୍ରଶାସନ ପକ୍ଷରୁ ନାଳର ବିଭିନ୍ନ ଅଞ୍ଚଳରେ ଛାତ୍ରଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।

