ଏସଆଇଆର ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୋଟର ତାଲିକା ସଂଶୋଧନ, ଫର୍ମ-୬, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଓ କମିଶନର ନିଯୁକ୍ତି ବ୍ୟବସ୍ଥାକୁ ନେଇ ରଖିଲେ ମତ ।
ଏସଆଇଆର ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଂଗ୍ରେସ ମିଥ୍ୟା ପ୍ରଚାର କରି ସରକାରକୁ ବଦନାମ ପାଇଁ ପ୍ରୟାସ କରୁଛି ବୋଲି କହିଛନ୍ତି । ୧୩ କୋଟି ଭୋଟର କଟାଯିବା କଥା କଂଗ୍ରେସ ଅଭିଯୋଗ କରୁଛି । ତାଲିକା ପ୍ରସ୍ତୁତ ସମୟରେ ବୁଥ ସ୍ତରରେ ବୁଥ ଏଜେଣ୍ଟଙ୍କ ଉପସ୍ଥିତିରେ ହୁଏ । ଦେଶର ନିର୍ବାଚନ କମିଶନରଙ୍କ ତରଫରୁ ଏସଆଇଆର କରାଯାଉଛି । ଯାହାକି ସ୍ୱଚ୍ଛ ଭାବରେ ହେଉଛି । କଂଗ୍ରେସ ଏହାକୁ ବିରୋଧ କରୁଛି।
ସାରା ଦେଶରେ ଏକ ନେଗେଟିଭ ପରିବେଶ ସୃଷ୍ଟି କରୁଛି, ଏହା ନିନ୍ଦନୀୟ। ଫର୍ମ 6ରେ ପରିବର୍ତ୍ତନ କରାଯାଉଥିବା କଥା କୁହାଯାଉଛି ଯାହାକି ପ୍ରକୃତରେ ପରିବର୍ତ୍ତନ କରାଯାଇନାହିଁ । ଘୋଷଣା ନାମା ଫର୍ମ ଯଥୋଚିତ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିସାରିଛନ୍ତି ବୋଲି ମୋହନ ମାଝୀ କହିଛନ୍ତି । ଏ ସମସ୍ତ ପ୍ରକ୍ରିୟାକୁ ଡିଜିଟାଲାଇଜେସନ କରାଯାଇଛି । 2 କୋଟି 37 ଲକ୍ଷ ଭୋଟରଙ୍କୁ ସାମିଲ କରାଯାଇଛି। ଅନଲାଇନରେ ପ୍ରତି ମାସରେ ନୂଆ ଭୋଟର ସାମିଲ ହେଉଛନ୍ତି ।
17 କୋଟି 18 ଲକ୍ଷ ନୂଆ ଭୋଟର ସାମିଲ ହେଲେଣି । ମୁଖ୍ୟ ନିର୍ବାଚନ କମିଶନ ଅନ୍ୟ 2 କମିଶନଙ୍କୁ ଅଣଦେଖା କରି ଏକାଚାଟିଆ ନିଷ୍ପତ୍ତି ନେଉଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ପ୍ରକ୍ରିୟାରେ ସମସ୍ତଙ୍କୁ ନେଇ ନିଷ୍ପତ୍ତି ନେଇଥାଆନ୍ତି । ନିର୍ବାଚନ କମିଶନ ନିଯୁକ୍ତିରୁ ସୁପ୍ରିମକୋର୍ଟକୁ ବାଦ ଦେବା ଅଭିଯୋଗ କରୁଛି କଂଗ୍ରେସ । ଏହା ମଧ୍ୟ ମିଥ୍ୟା ବୋଲି କହିଛନ୍ତି । କମିଶନ ନିଯୁକ୍ତି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ସଦସ୍ୟ ଅଛନ୍ତି ।

