ଉତ୍ତରକୋରିଆର ମୁଖିଆ କିମ୍ ଜୋଙ୍ଗଙ୍କ ମୃତ୍ୟୁ । ଏକଥା ବିଜୁଳି ବେଗରେ ବ୍ୟାପୀଗଲା । ଅନେକ କହିଲେ ସେ କୋମାରେ । କିନ୍ତୁ ଏବେ ତ ସ୍ଥିତି ପୂରା ଅଲଗା । କିମ୍ ଜୋଙ୍ଗ ଆସି ବଜାରରେ ବୁଲିଲେଣି । ଏକଥା ଦେଖି ଲୋକେ କାବା ।
ଉତ୍ତରକୋରିଆର ମୁଖିଆ କିମ୍ ଜୋଙ୍ଗଙ୍କ ମୃତ୍ୟୁ । ଏକଥା ବିଜୁଳି ବେଗରେ ବ୍ୟାପୀଗଲା । ଅନେକ କହିଲେ ସେ କୋମାରେ । କିନ୍ତୁ ଏବେ ତ ସ୍ଥିତି ପୂରା ଅଲଗା । କିମ୍ ଜୋଙ୍ଗ ଆସି ବଜାରରେ ବୁଲିଲେଣି । ଏକଥା ଦେଖି ଲୋକେ କାବା ।
କିଛି ଦିନ ଖୁବ୍ ଚର୍ଚ୍ଚା ହେଉଛି କାଳେ ଉତ୍ତରକୋରିଆ ମୁଖ୍ୟ କିମ୍ ଜୋଙ୍ଗ୍ ଙ୍କର କାଳେ ମୃତ୍ୟୁ ହୋଇଯାଇଛି । ତାଙ୍କ ବ୍ରେନ୍ ହାମ୍ରେଜ୍ ହେବାରୁ ସେ କୋମାକୁ ଚାଲିଯାଇଥିଲେ । ଏକଥା ପ୍ରଚାର ହେବାବେଳେ ଉତ୍ତରକୋରିଆ ସରକାରଙ୍କ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିନଥିଲା। ତେଣୁ ଲୋକେ କିମ୍ ଜୋଙ୍ଗଙ୍କ ମୃତ୍ୟୁ ଖବରକୁ ସତ ବୋଲି ମାନିଲେ । ଏବେ କିନ୍ତୁ ମିଡିଆରେ କିମ୍ ଙ୍କର ନୂଆ ଫଟୋ ଦେଖି ଆଶ୍ଚର୍ଯ୍ୟ ।
ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଏମିତି ଫଟୋ ଜାରି ହୋଇଛି, ଯାହାକୁ ଦେଖି ଲୋକେ କାବା । ଫଟୋରେ କିମ୍ ଜୋଙ୍ଗ୍ ଏକ ସୋ ରୁମରେ ପିଲାଙ୍କ ଜୋତା କିଣୁଥିବା ଦେଖିବାକୁ ମିଳିଛି। ଜଣେ ଅଧିକାରୀଙ୍କ ସହ କଥା ହେଉଛନ୍ତି । ଏବଂ ମହିଳାଙ୍କ କୋର୍ଟ ଦେଖୁଛନ୍ତି। ହଳେ ପିଙ୍କ୍ କଲର୍ ଜୋତା ଦେଖୁଛନ୍ତି । ଏତେ ପରେ ବି ତାଙ୍କ ମୃତ୍ୟୁ ଖବରକୁ ନେଇ କୌଣସି ଔପଚାରିକ ତଥ୍ୟ ପ୍ରକାଶ ପାଇନି ।

