ସୂଚନା ଅନୁସାରେ, ଘଟଣାବେଳେ ବସ୍ରେ ମୋଟ ୧୨ ଜଣ ଛାତ୍ରଛାତ୍ରୀ ଥିଲେ । ଗଛଟି ହଠାତ୍ ବସ୍ ଉପରେ ପଡ଼ିବା ପରେ ବସ୍ କଣ୍ଡକ୍ଟର ଓ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୁମ୍ବାଇ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି । ରୋଡ୍ ନମ୍ବର–୧୧ରେ ଯାଉଥିବା ଏକ ସ୍କୁଲ୍ ବସ୍ ଉପରେ ହଠାତ୍ ଏକ ବିରାଟ ଗଛ ଭୁଶୁଡ଼ି ପଡ଼ିବାରୁ ୧୧ ବର୍ଷୀୟ ଛାତ୍ର ବିହାନ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ।
ସୂଚନା ଅନୁସାରେ, ଘଟଣାବେଳେ ବସ୍ରେ ମୋଟ ୧୨ ଜଣ ଛାତ୍ରଛାତ୍ରୀ ଥିଲେ । ଗଛଟି ହଠାତ୍ ବସ୍ ଉପରେ ପଡ଼ିବା ପରେ ବସ୍ କଣ୍ଡକ୍ଟର ଓ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୁମ୍ବାଇ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଆହତ ୫ ଜଣ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଜେନ୍ ହସ୍ପିଟାଲକୁ ନିଆଯାଇଥିଲା । ଗୁରୁତର ଆହତ ବିହାନ ଶ୍ରୀବାସ୍ତବଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନଥିଲେ । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ୪ ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବା ସହ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ବୃହନମୁମ୍ବାଇ ମହାନଗର ନିଗମ (ବିଏମ୍ସି) ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ବିପଦଜନକ ଗଛଗୁଡ଼ିକର ଛଟେଇ ଓ ଅପସାରଣ ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ସମାନ ଘଟଣା ଘଟିଥିବା ସେମାନେ ଦାବି କରିଛନ୍ତି । ଏପରି ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ଓ ଉପକଣ୍ଠରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ଥିବାରୁ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।

