ଗଞ୍ଜାମରେ କଲରା ପତରିଆ ବାଘ ମୃତ୍ୟୁ ଘଟଣା, ୨ ଶିକାରୀ ଗିରଫ

କବିସୂର୍ଯନଗର ଜରଡ଼ ଗାଁରେ କଲରା ପତିରିଆ ବାଘ ମୃତ୍ୟୁ ଘଟଣା । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଖଲ୍ଲିକୋଟ ବନ ବିଭାଗ । ବାରହା ମାରିବା ପାଇଁ ଜାଲ ବିଛାଇବାରୁ ସେହି ଫାଶରେ ପଡ଼ି କଲରା ପତରିଆ ବାଘର ମୃତ୍ୟୁ ହୋଇଥିଲା ।

କବିସୂର୍ଯନଗର ଜରଡ଼ ଗାଁରେ କଲରା ପତିରିଆ ବାଘ ମୃତ୍ୟୁ ଘଟଣା । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଖଲ୍ଲିକୋଟ ବନ ବିଭାଗ । ବାରହା ମାରିବା ପାଇଁ ଜାଲ ବିଛାଇବାରୁ ସେହି ଫାଶରେ ପଡ଼ି କଲରା ପତରିଆ ବାଘର ମୃତ୍ୟୁ ହୋଇଥିଲା । ବନ ବିଭାଗ ତଦନ୍ତ କରି ଦୁଇ ଜଣକୁ ଗିରଫ କରିଛି । ଦୁଇ ଜଣକ ନିକଟରୁ ବାରହା ଫାଶ ସାମଗ୍ରୀ ସମେତ ବିଭିନ୍ନ ବନ୍ୟାଜନ୍ତୁର ଦାନ୍ତ, ଚମଡ଼ା, ହାଡ଼ ଭଳି ବିଭିନ୍ନ ସାମଗ୍ରୀ ଜବତ କରିଛି ।

ଗଞ୍ଜାମ ଜିଲ୍ଲା ଜରଡ଼ ଗାଁ ନିକଟ ଏକ କ୍ରସର ପାଖରେ ଗଛ ଅଗରେ ଝୁଲିବା ଅବସ୍ଥାରେ ଏକ କଲରା ପତରିଆ ବାଘର ମୃତ ଦେହ ଠାବ ହୋଇଥିଲା । ବାଘ ଦେହରେ କ୍ଷତଚିହ୍ନ ଥିବାରୁ ଶିକାର ସନ୍ଦେହ କରାଯାଉଥିଲା। ବନ୍ୟଜନ୍ତୁ ପାଇଁ ବିଛାଯାଇଥିବା ଶିକାରୀଙ୍କ ଫାଶରେ ପଡ଼ି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ଏହି ମାମଲାରେ ୨ଜଣ ଗିରଫ ହୋଇଛନ୍ତି । 

Leave a Reply

Your email address will not be published. Required fields are marked *