ରାଜଧାନୀ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ପୂର୍ବାଞ୍ଚଳ ପରିଷଦର ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେଉଛି ।
ରାଜଧାନୀ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ପୂର୍ବାଞ୍ଚଳ ପରିଷଦର ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେଉଛି । ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରୁଛନ୍ତି । ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏଥିରେ ଯୋଗଦେଇଛନ୍ତି ।
ବୈଠକରେ ଆନ୍ତଃରାଜ୍ୟ ଜଳ ବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ଦୁର୍ଯ୍ୟୋଗ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ ହେଉଛି । ଏହି ବୈଠକ ମାଧ୍ୟମରେ ରାଜ୍ୟମାନଙ୍କ ମଧ୍ୟରେ ଥିବା ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ ସହ ଆଞ୍ଚଳିକ ବିକାଶକୁ ଅଧିକ ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

