ବେଆଇନ ମଦ କାରବାରରେ ଅବକାରୀ ଚଢ଼ାଉ, ୧୪୩୦ ଲିଟର ଦେଶୀ ମଦ ଜବତ

ରାଜ୍ୟରେ ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗର ଅଭିଯାନ ଜୋରଦାର ହୋଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗରାଜପୁର ଗ୍ରାମରେ ମିଳିତ ଚଢ଼ାଉରେ ବିପୁଳ ପରିମାଣର ଦେଶୀ ମଦ ଏବଂ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି ।

 ରାଜ୍ୟରେ ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗର ଅଭିଯାନ ଜୋରଦାର ହୋଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗରାଜପୁର ଗ୍ରାମରେ ମିଳିତ ଚଢ଼ାଉରେ ବିପୁଳ ପରିମାଣର ଦେଶୀ ମଦ ଏବଂ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଅଜୟ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ମୋବାଇଲ ସ୍କ୍ୱାଡ୍‌ର ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଜିଲ୍ଲା ମୋବାଇଲ ସ୍କ୍ୱାଡ୍, ଡୋଲିପୁର ଅବକାରୀ ଥାନା ଏବଂ ସୁକିନ୍ଦା ଅବକାରୀ ଥାନାର କର୍ମଚାରୀମାନେ ସାମିଲ ଥିଲେ ।

ଘଟଣାସ୍ଥଳରୁ ଅବକାରୀ ଟିମ୍ ପ୍ରାୟ ୮୧୦ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହ, ମଦ ତିଆରି ପାଇଁ ପ୍ରସ୍ତୁତ ହୋଇ ରଖାଯାଇଥିବା ବିପୁଳ ପରିମାଣର ୭୨୦୦ କେଜି ଗୁଡ଼ ମହୁଲ ପୋଚକୁ ନଷ୍ଟ କରିବା ସହ ଜବତ କରିଛି। ଏହି ବେଆଇନ ମଦ କାରବାର ବିରୋଧରେ ଏଭଳି ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *