କାଉଡ଼ିଆଙ୍କ ପାଦସେବା କଲେ ମନ୍ତ୍ରୀ , ବୋଲବମ୍ ଧ୍ୱନିରେ ମୁଖରିତ ରାସ୍ତା

ଶ୍ରାବଣ ମାସରେ ବୋଲବମ୍ ଧ୍ୱନିରେ ମୁଖରିତ ରାସ୍ତା । କାନ୍ଧରେ କାଉଡ଼ି ଧରି, ଖାଲି ପାଦରେ ଦୀର୍ଘପଥ ଅତିକ୍ରମ କରି ବାବା ଆଖଣ୍ଡଳମଣିଙ୍କ ପୀଠ ଅଭିମୁଖେ ଯାତ୍ରା କରୁଛନ୍ତି ଶହ ଶହ କାଉଡ଼ିଆ ।

ଶ୍ରାବଣ ମାସରେ ବୋଲବମ୍ ଧ୍ୱନିରେ ମୁଖରିତ ରାସ୍ତା । କାନ୍ଧରେ କାଉଡ଼ି ଧରି, ଖାଲି ପାଦରେ ଦୀର୍ଘପଥ ଅତିକ୍ରମ କରି ବାବା ଆଖଣ୍ଡଳମଣିଙ୍କ ପୀଠ ଅଭିମୁଖେ ଯାତ୍ରା କରୁଛନ୍ତି ଶହ ଶହ କାଉଡ଼ିଆ । ଏହି କାଉଡ଼ିଆଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଧାମନଗର ବ୍ଲକ କୋଠାର ଛକରେ ଦେଖିବାକୁ ମିଳିଥିଲା ସେବାର ଏକ ଭିନ୍ନ ଚିତ୍ର ।

ଆଖଣ୍ଡଳମଣିଙ୍କ ଦର୍ଶନ ଓ ଜଳଲାଗି ପାଇଁ ଚାଲିଚାଲି ଯାଉଥିବା କାଉଡ଼ିଆଙ୍କ ନିକଟରେ ପହଞ୍ଚି ସେମାନଙ୍କ ପାଦସେବା କରିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । କେବଳ ପାଦସେବା ନୁହେଁ, କ୍ଳାନ୍ତ କାଉଡ଼ିଆଙ୍କୁ ଖାଦ୍ୟ ଓ ପାନୀୟ ମଧ୍ୟ ପ୍ରଦାନ କରିଥିଲେ । ଦୀର୍ଘପଥ ଚାଲି ଯାଉଥିବା କାଉଡ଼ିଆଙ୍କ ସହ କିଛି ସମୟ କଥା ହୋଇ ସେମାନଙ୍କ ଯାତ୍ରା ଓ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ । 

Leave a Reply

Your email address will not be published. Required fields are marked *