ବିଶ୍ବ ସମୁଦାୟଙ୍କୁ ଆମେରିକାର କଡ଼ା ଚେତାବନୀ : ଇରାନ ସହିତ ସମ୍ପର୍କ ଛିନ୍ନ କର

ଇରାନ ବିରୋଧରେ ଆମେରିକା ଏକ ବିଶାଳ ଏବଂ କଠୋର ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିବନ୍ଧକ ଅଭିଯାନ ଆରମ୍ଭ କରିଛି। ଆମେରିକା ସରକାର ବିଶ୍ୱର ସମସ୍ତ ଦେଶମାନଙ୍କୁ ଇରାନ ସହିତ ସମସ୍ତ ବାଣିଜ୍ୟ ସମ୍ପର୍କ ତୁରନ୍ତ ଶେଷ କରିବାକୁ କଠୋର ଚେତାବନୀ ଦେଇଛନ୍ତି।

ଇରାନ ବିରୋଧରେ ଆମେରିକା ଏକ ବିଶାଳ ଏବଂ କଠୋର ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିବନ୍ଧକ ଅଭିଯାନ ଆରମ୍ଭ କରିଛି। ଆମେରିକା ସରକାର ବିଶ୍ୱର ସମସ୍ତ ଦେଶମାନଙ୍କୁ ଇରାନ ସହିତ ସମସ୍ତ ବାଣିଜ୍ୟ ସମ୍ପର୍କ ତୁରନ୍ତ ଶେଷ କରିବାକୁ କଠୋର ଚେତାବନୀ ଦେଇଛନ୍ତି । ୱାସିଂଟନ୍ ସମସ୍ତ ବାଣିଜ୍ୟିକ ଅଂଶୀଦାର ଏବଂ କମ୍ପାନିଗୁଡ଼ିକୁ ଇରାନ ସହିତ ସେମାନଙ୍କ ସମ୍ପର୍କ ସମାପ୍ତ କରିବା ପାଇଁ କଠୋର ସମୟସୀମା ଜାରି କରିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଦେଶ ପାଳନ ନ କଲେ ଉଲ୍ଲଂଘନକାରୀ ଦେଶ ଏବଂ ବିଦେଶୀ ସଂସ୍ଥାଗୁଡ଼ିକ ଉପରେ କଠୋର ପ୍ରତିବନ୍ଧକ ଲଗାଯିବ । 

ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟଙ୍କ ଅନୁଯାୟୀ, ଏହି ନୂତନ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନର ଆର୍ଥିକ ଏବଂ ଅର୍ଥନୈତିକ ଜୀବନରେଖାକୁ କାଟି ଦେବା। ସେ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି ଯେ ଇରାନ ଯେଉଁ ସବୁ ରାସ୍ତା ଦେଇ ଅଶୋଧିତ ତୈଳ ବିକ୍ରୟ କରି ରାଜସ୍ୱ ସଂଗ୍ରହ କରୁଛି ତାହାକୁ ବନ୍ଦ କରିଦିଆଯିବ। ତୈଳ ଚୋରା ଚାଲାଣ, କ୍ଷେପଣାସ୍ତ୍ର ବିକାଶ, ସାଇବର ଏବଂ ପରମାଣୁ ନେଟୱାର୍କ ସହିତ ଜଡିତ ୬୦ ଜଣ ପ୍ରମୁଖ ବ୍ୟକ୍ତି, ଜାହାଜ ଏବଂ କମ୍ପାନି ଉପରେ ଟ୍ରେଜେରୀ ବିଭାଗ ନୂତନ କଠୋର କଟକଣା ଲାଗୁ କରିଛି। ଟ୍ରେଜେରୀ ସଚିବ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଇରାନର କଳା ଟଙ୍କୁକା ଧଳା କରିବାରେ ସାହାଯ୍ୟ କରୁଥିବା ଯେକୌଣସି ସଂସ୍ଥାକୁ ଡଲାର ସିଷ୍ଟମରୁ ବାଦ୍ ଦିଆଯିବ।

ଏହି ବ୍ୟାପକ ଅଭିଯାନର ଏକ ଅଂଶ ସ୍ୱରୂପ, ଆମେରିକାର ଟ୍ରେଜେରୀ, ଷ୍ଟେଟ୍ ଡିପାର୍ଟମେଣ୍ଟ ଏବଂ ସାମରିକ ବାହିନୀର ସ୍ୱତନ୍ତ୍ର ଦଳଗୁଡ଼ିକ ଏବେ ବିଶ୍ୱର ବିଭିନ୍ନ ଦେଶକୁ ଯାତ୍ରା କରୁଛନ୍ତି ଏବଂ ସେମାନଙ୍କର ବିଶ୍ୱ ପ୍ରତିପକ୍ଷଙ୍କ ସହ ସାକ୍ଷାତ କରୁଛନ୍ତି ଏବଂ ୱାସିଂଟନ ଦ୍ୱାରା ଚିହ୍ନଟ କରାଯାଇଥିବା ସନ୍ଦେହଜନକ ଆର୍ଥିକ କାର୍ଯ୍ୟକଳାପ ବିଷୟରେ ସେମାନଙ୍କୁ ସୂଚନା ଦେଉଛନ୍ତି।
ବିଶେଷଜ୍ଞଙ୍କ ମତରେ, ଆମେରିକାର ପ୍ରାଥମିକ ଲକ୍ଷ୍ୟ ହେଉଛି ଇରାନ ଶାସନକୁ ସବୁ ଦିଗରୁ ଅଲଗା କରି ଏକ ଘରିକିଆ କରିବା। ସାମରିକ କାର୍ଯ୍ୟକଳାପ ପାଇଁ ଇରାନର ପାଣ୍ଠି ସଂଗ୍ରହକୁ ରୋକିବା। ତେବେ ଆମେରିକା ସରକାର ଏପର୍ଯ୍ୟନ୍ତ ଦେଶଗୁଡ଼ିକ ପାଇଁ ଏହି ନିୟମ ପାଳନ କରିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ପ୍ରକାଶ କରିନାହାନ୍ତି।
ଏହି ସମୟରେ, ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫ୍ ଆମେରିକାର ଏହି ପ୍ରତିବନ୍ଧକର ଚେତାବନୀକୁ ଖାଲି ଧମକ ବୋଲି କହି ଖଣ୍ଡନ କରିଛନ୍ତି। ସେ ଏହାକୁ ୱାସିଂଟନର ବାହାସ୍ଫୋଟ ବୋଲି କହିଛନ୍ତି।

ସେ ଦାବି କରିଛନ୍ତି ଯେ ଇରାନର ବାଣିଜ୍ୟିକ ଅଂଶୀଦାରମାନେ କେବେବି ଏହି ବେଆଇନ ପ୍ରତିବନ୍ଧକଗୁଡ଼ିକୁ ପାଳନ କରିବେ ନାହିଁ। ଗାଲିବାଫ୍ କହିଛନ୍ତି, ବିଶ୍ୱର ଦେଶଗୁଡ଼ିକ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ଇରାନ ସହିତ ସେମାନଙ୍କର ପାରମ୍ପରିକ ଆର୍ଥିକ ସମ୍ପର୍କ ପୂର୍ବ ପରି ସୁଦୃଢ଼ ରହିବ। ତେବେ ବୃଦ୍ଧି ପାଉଥିବା କୂଟନୈତିକ ଏବଂ ଆର୍ଥିକ ଉତ୍ତେଜନା ବିଶ୍ୱ ବଜାର ଏବଂ ବିଶେଷକରି ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟକୁ ପ୍ରଭାବିତ କରିପାରେ।

Leave a Reply

Your email address will not be published. Required fields are marked *