ଲଗାଣ ବର୍ଷା ଏବେ ଖୋର୍ଦ୍ଧା ଅଞ୍ଚଳର ଚାଷୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ଟିକେ ଟିକେ ବର୍ଷା ହେଉଥିବା ବେଳେ ଜମିରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ଧାନ ତଳି ନଷ୍ଟ ହେବା ସହ ଚାଷୀଙ୍କ ଚିନ୍ତା ବଢ଼ିଛି ।
ଲଗାଣ ବର୍ଷା ଏବେ ଖୋର୍ଦ୍ଧା ଅଞ୍ଚଳର ଚାଷୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ଟିକେ ଟିକେ ବର୍ଷା ହେଉଥିବା ବେଳେ ଜମିରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ଧାନ ତଳି ନଷ୍ଟ ହେବା ସହ ଚାଷୀଙ୍କ ଚିନ୍ତା ବଢ଼ିଛି । ଯେଉଁ ସମୟରେ ଚାଷୀ କ୍ଷେତରେ ରୁଆ ବେଉସା କାମକୁ ଆଗେଇ ନେବା କଥା, ସେହି ସମୟରେ ଅତ୍ୟଧିକ ବର୍ଷା ଯୋଗୁଁ ଜମି ଜଳମଗ୍ନ ହୋଇପଡ଼ିଛି । ଅନେକ ସ୍ଥାନରେ ତଳି ପଚି ନଷ୍ଟ ହେବାକୁ ବସିଛି । ପୁଣି ଥରେ ତଳି ଆଣି ଚାଷ କରିବାକୁ ଚାଷୀମାନେ ଚେଷ୍ଟା କରୁଥିବା ବେଳେ ଏବେ ତଳିର ଅଭାବ ଦେଖାଦେଇଛି ।
ବଜାରରେ କିମ୍ବା ଆଖପାଖ ଅଞ୍ଚଳରେ ସହଜରେ ତଳି ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ଆହୁରି ବଢ଼ିଛି । ଗୋଟିଏ ପଟେ ବର୍ଷା ଅଭାବର ଚିନ୍ତା ଥିବା ବେଳେ, ଏବେ ଅତ୍ୟଧିକ ବର୍ଷା ଚାଷୀଙ୍କ ପାଇଁ ନୂଆ ସମସ୍ୟା ନେଇ ଆସିଛି। ରାତିରୁ ଜାରି ରହିଥିବା ବର୍ଷା ଚାଷୀଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଓ ତଳି ଯୋଗାଣ ନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

