ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ବର୍ଷା । ଗତକାଲିଠାରୁ ଲଗାତାର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ଦେଖିବାକୁ ମିଳୁଛି । ହଠାତ୍ ବଢ଼ିଥିବା ବର୍ଷାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ ।
ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ବର୍ଷା । ଗତକାଲିଠାରୁ ଲଗାତାର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ଦେଖିବାକୁ ମିଳୁଛି । ହଠାତ୍ ବଢ଼ିଥିବା ବର୍ଷାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ । କିଛି ଦିନ ପୂର୍ବରୁ ଭାରି ବର୍ଷା ଯୋଗୁଁ ନୀଳଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ଲଘୁଚାପ ଯୋଗୁଁ ବର୍ଷା ଆରମ୍ଭ ହେବା ପରେ ବନ୍ୟା ଭୟ ଫେରିଛି ।
ନଦୀଗୁଡ଼ିକର ଜଳସ୍ତର ଧୀରେ ଧୀରେ ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଯଦି ଆଗାମୀ ଦିନରେ ବର୍ଷା ଜାରି ରହେ, ତେବେ ପୁଣି ଥରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ବର୍ଷା ଓ ନଦୀ ଜଳସ୍ତର ଉପରେ ପ୍ରଶାସନ ନଜର ରଖିଥିବା ବେଳେ, ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ବନ୍ୟାର କ୍ଷତ ଭୁଲି ନଥିବା ନୀଳଗିରିବାସୀଙ୍କ ପାଇଁ ଏବେ ନୂଆ ବର୍ଷା ଆଣିଛି ନୂଆ ଆଶଙ୍କା ।

