ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ । ଜାତୀୟ ନିରୀକ୍ଷକଙ୍କ ଯାଞ୍ଚରେ ଫେଲ୍ ପରେ ଅସନ୍ତୋଷ ପ୍ରକାଶ କଲା ଗ୍ରାମୀଣ ସଡ଼କ ସଂସ୍ଥା । ୧୪ ଡିଭିଜନକୁ ନୋଟିସ୍ । ନିୟମ ଉଲ୍ଲଂଘନ କଲେ ମିଳିବ ଦଣ୍ଡ ।
ଗ୍ରାମୀଣ ସଡ଼କ କାମର ମାନକୁ ନେଇ ଚିନ୍ତା, ୧୪ ଡିଭିଜନକୁ OSRRAର କଡ଼ା ଚେତାବନୀ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଚାଲିଥିବା ରାସ୍ତା ନିର୍ମାଣର ଗୁଣବତ୍ତାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ରାଜ୍ୟ ଗ୍ରାମୀଣ ସଡ଼କ ସଂସ୍ଥା ।
ଜାତୀୟ ଗୁଣବତ୍ତା ନିରୀକ୍ଷକଙ୍କ ଯାଞ୍ଚ ସମୟରେ ବହୁ ପ୍ରକଳ୍ପ ‘ଅସନ୍ତୋଷଜନକ’ ଗ୍ରେଡିଂ ପାଇବା ପରେ ସଂସ୍ଥା ପକ୍ଷରୁ ୧୪ଟି ଗ୍ରାମ୍ୟ ନିର୍ମାଣ ବିଭାଗ କୁ କଡ଼ା ଚେତାବନୀ ଜାରି କରାଯାଇଛି। PMGSY ନିର୍ଦ୍ଦେଶାବଳୀରୁ କୌଣସି ପ୍ରକାର ବିଚ୍ୟୁତିକୁ ବରଦାସ୍ତ କରାଯିବ ନାହିଁ। ଯଦି ପୁଣି ଥରେ ‘ଅସନ୍ତୋଷଜନକ’ ଗ୍ରେଡିଂ ମିଳେ, ତେବେ ସମ୍ପୃକ୍ତ ଅଧିକାରୀ ଓ ନିର୍ମାଣ ସଂସ୍ଥା ବିରୋଧରେ କଠୋର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଆଯାଇଛି ଚେତାବନୀ।

