NEET-UG ୨୦୨୬ ପୁନଃପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

NEET-UG ୨୦୨୬ ପୁନଃପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଆଜି ହେବ ଦେଶବ୍ୟାପୀ ‘ମକ୍ ଡ୍ରିଲ୍’ । ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ ସ୍ୱଚ୍ଛ ଓ ନିରାପଦ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

NEET-UG ୨୦୨୬ ପୁନଃପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଆଜି ହେବ ଦେଶବ୍ୟାପୀ ‘ମକ୍ ଡ୍ରିଲ୍’ । ଆସନ୍ତାକାଲି ହେବାକୁ ଥିବା ପରୀକ୍ଷାକୁ ସ୍ୱଚ୍ଛ ଓ ନିରାପଦ କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପରୀକ୍ଷା ପୂର୍ବରୁ ଆଜି ସାରା ଦେଶରେ ଏକ ‘ମକ୍ ଡ୍ରିଲ୍’ କରାଯିବ, ଯାହାଦ୍ୱାରା ସୁରକ୍ଷା ଓ ପରିଚାଳନାଗତ ବ୍ୟବସ୍ଥାର ଯାଞ୍ଚ କରାଯାଇପାରିବ । ୨୨.୭୯ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ଦେଶୀ ୫୫୧ଟି ସହର ଏବଂ ବିଦେଶର ୧୪ଟି ସହରରେ କେନ୍ଦ୍ର ସ୍ଥାପନ କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ୨ ଲକ୍ଷରୁ ଅଧିକ କର୍ମଚାରୀ, ୬୭୪ ଜଣ ସଂଯୋଜକ ଏବଂ ୬ହଜାର ୬୬୯ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍‌ ଯାଏ ପେନ୍-ଆଣ୍ଡ-ପେପର୍ ମୋଡ୍ ଏବଂ PwD ଏବଂ PwBD ବର୍ଗର ପ୍ରାର୍ଥୀଙ୍କ ପାଇଁ ସନ୍ଧ୍ୟା ୬ଟା ୨୦ ମିନିଟ୍‌ ପର୍ଯ୍ୟନ୍ତ ଅତିରିକ୍ତ ସମୟ ଦିଆଯିବ । ଗତ ମେ ୩ରେ ସାରା ଦେଶରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ବିଭିନ୍ନ ରାଜ୍ୟରୁ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତାର ଅଭିଯୋଗ ଆସିବା ପରେ ଏନଟିଏ ପକ୍ଷରୁ ମେ ୧୨ରେ ଏହି ପରୀକ୍ଷାକୁ ବାତିଲ କରିଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଓ ତଦନ୍ତକାରୀ ସଂସ୍ଥାର ସମୀକ୍ଷା ଆଧାରରେ ପୁଣିଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ନୂତନ ଆଡମିଟ୍‌ କାର୍ଡ ଡାଉନଲୋଡ୍ କରିସାରିଛନ୍ତି, ସେମାନଙ୍କୁ ପୁଣିଥରେ ଡାଉନଲୋଡ୍ କରିବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ଏନ୍‌ଟିଏ । 
ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି
ପରୀକ୍ଷା ସାମଗ୍ରୀ ଏବଂ ପ୍ରଶ୍ନପତ୍ର ବହନ କରୁଥିବା ଯାନଗୁଡ଼ିକରେ ଜିପିଏସ ଟ୍ରାକିଂ ରହିବ
ଏହି ଯାନଗୁଡ଼ିକୁ ପୋଲିସ ଏସ୍କର୍ଟ ସୁରକ୍ଷା ପ୍ରଦାନ କରାଯିବ
ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିବ
କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷରୁ ଏହାର ଲାଇଭ୍ ମନିଟରିଂ କରାଯିବ
ଗୋପନୀୟ ପ୍ରଶ୍ନପତ୍ରକୁ ସମ୍ପୂର୍ଣ୍ଣ ସିଲ୍ ଏବଂ କଡ଼ା ପ୍ରୋଟୋକଲ୍ ଅଧୀନରେ ରଖାଯିବ
ସମସ୍ତ କେନ୍ଦ୍ରରେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଏବଂ ଇନ୍ଭିଜିଲେଟରମାନେ ଉପସ୍ଥିତ ରହିବେ

Leave a Reply

Your email address will not be published. Required fields are marked *