ଚାଉଳ ଅଟା ଓ ଗୁଡ଼ରୁ ପ୍ରସ୍ତୁତ କରନ୍ତୁ ନେପାଳର ପାରମ୍ପରିକ ମିଠା ‘ୟୋମାରୀ’ । ଚିନି ବିନା ତିଆରି ହେଉଥିବା ଏହି ସ୍ୱାଦିଷ୍ଟ ମିଠା ଏବେ ଘରେ ଘରେ ବେଶ୍ ଲୋକପ୍ରିୟ ହେଉଛି । ୟୋମାରୀ ହେଉଛି ନେପାଳର ଏକ ପାରମ୍ପରିକ ମିଠା ।
ଚାଉଳ ଅଟା ଓ ଗୁଡ଼ରୁ ପ୍ରସ୍ତୁତ କରନ୍ତୁ ନେପାଳର ପାରମ୍ପରିକ ମିଠା ‘ୟୋମାରୀ’ । ଚିନି ବିନା ତିଆରି ହେଉଥିବା ଏହି ସ୍ୱାଦିଷ୍ଟ ମିଠା ଏବେ ଘରେ ଘରେ ବେଶ୍ ଲୋକପ୍ରିୟ ହେଉଛି । ୟୋମାରୀ ହେଉଛି ନେପାଳର ଏକ ପାରମ୍ପରିକ ମିଠା । ଏହାର ବିଶେଷତ୍ୱ ହେଉଛି, ଏହାକୁ ଚିନି ବ୍ୟବହାର ନକରି ଗୁଡ଼ରେ ପ୍ରସ୍ତୁତ କରାଯାଏ । ଚାଉଳ ଅଟା, ଗୁଡ଼ ଏବଂ ଖୋୟାର ସଂଯୋଗ ଏହି ମିଠାକୁ ଦେଇଥାଏ ଭିନ୍ନ ସ୍ୱାଦ । ପ୍ରଥମେ ଚାଉଳ ଅଟାକୁ ଗରମ ପାଣିରେ ଭଲ ଭାବେ ଚକଟି ନରମ ଡୋ ପ୍ରସ୍ତୁତ କରିବାକୁ ପଡ଼ିବ । ଏହାପରେ ଡୋକୁ ଛୋଟ ଛୋଟ ଭାଗରେ ବାଣ୍ଟି ହାତରେ ଚାପି ମଝିରେ ଗାତ କରିବାକୁ ହେବ । ଅନ୍ୟପଟେ ଗୁଡ଼କୁ ଗରମ କରି ତାହାରେ ଖୋୟା ମିଶାଇ ପୁର ପ୍ରସ୍ତୁତ କରନ୍ତୁ ।
ଏହି ପୁରକୁ ଚାଉଳ ଅଟାର ଡୋ ଭିତରେ ଭରି ଏହାକୁ ବିଶେଷ ଆକାର ଦିଅନ୍ତୁ । ଏହାପରେ ଏହି ମିଠାକୁ ଷ୍ଟିମ୍ରେ ଭଲ ଭାବେ ସିଝାଇବାକୁ ପଡ଼ିବ । କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ୟୋମାରୀ । ଚିନି ବ୍ୟବହାର ନକରି ଗୁଡ଼ରେ ପ୍ରସ୍ତୁତ ହେଉଥିବାରୁ ଏହି ମିଠାର ସ୍ୱାଦ ମଧ୍ୟ ଭିନ୍ନ । ଘରେ ଉପଲବ୍ଧ ସାଧାରଣ ସାମଗ୍ରୀରେ ଏହାକୁ ସହଜରେ ପ୍ରସ୍ତୁତ କରିହେବ । ତେବେ ଏଥର ଘରେ ମିଠା ତିଆରି କରିବାକୁ ଚାହୁଁଥିଲେ, ପାରମ୍ପରିକ ୟୋମାରୀ ରେସିପି ନିଶ୍ଚିତ ଭାବେ ଟ୍ରାଏ କରିପାରିବେ ।

