ପାକିସ୍ତାନର ଐତିହାସିକ ଟେଷ୍ଟ ବିଜୟ, ବିଦେଶ ମାଟିରେ ଭାଙ୍ଗିଲା ପରାଜୟର ଧାରା

ଦଳ ଏହାକୁ ସହଜରେ ହାସଲ କରିଥିଲା । ବାବର ଆଜମ୍ ଓ ଅବ୍ଦୁଲ୍ଲା ଶଫିକ୍ ୨୪-୨୪ ରନ୍ କରି ଅପରାଜିତ ରହିଥିଲେ । ପାକିସ୍ତାନର ବିଦେଶ ମାଟିରେ ଶେଷ ଟେଷ୍ଟ ବିଜୟ ୨୭ ଜୁଲାଇ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଆସିଥିଲା ।

ପାକିସ୍ତାନ କ୍ରିକେଟ୍ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ୮ ୱିକେଟ୍‌ର ଦମଦାର ବିଜୟ ହାସଲ କରିଛି । ଏହି ବିଜୟ ସହ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ୧-୧ରେ ଡ୍ର ରହିଛି । ତେବେ ପାକିସ୍ତାନ ପାଇଁ ଏହି ବିଜୟ ବିଶେଷ ମହତ୍ତ୍ୱ ରଖୁଛି, କାରଣ ୧୧୦୫ ଦିନ ପରେ ଦଳ ବିଦେଶ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଛି ।
ପ୍ରଥମ ଇନିଂସ୍‌ରେ ୱେଷ୍ଟଇଣ୍ଡିଜ୍ ୩୪୪ ରନ୍ କରିଥିଲା । ଏହାର ଜବାବରେ ପାକିସ୍ତାନ ଅବ୍ଦୁଲ୍ଲା ଶଫିକ୍‌ଙ୍କ ଐତିହାସିକ ଶତକ ବଳରେ ୩୮୭ ରନ୍ କରି ୪୩ ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସ୍‌ରେ ପାକିସ୍ତାନୀ ବୋଲର୍‌ମାନେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂକୁ ଧ୍ୱଂସ କରିଦେଇଥିଲେ । ଅଲି ଉସମାନ୍ ଓ ସାଜିଦ୍ ଖାନ୍ ମିଶି 8ଟି ୱିକେଟ୍ ନେଇ କ୍ୟାରିବିୟନ୍ ଟିମ୍‌କୁ ମାତ୍ର ୧୧୭ ରନ୍‌ରେ ଅଲଆଉଟ୍ କରିଥିଲେ ।

ଫଳରେ ପାକିସ୍ତାନକୁ ବିଜୟ ପାଇଁ କେବଳ ୭୪ ରନ୍‌ର ଲକ୍ଷ୍ୟ ମିଳିଥିଲା । ଦଳ ଏହାକୁ ସହଜରେ ହାସଲ କରିଥିଲା । ବାବର ଆଜମ୍ ଓ ଅବ୍ଦୁଲ୍ଲା ଶଫିକ୍ ୨୪-୨୪ ରନ୍ କରି ଅପରାଜିତ ରହିଥିଲେ । ପାକିସ୍ତାନର ବିଦେଶ ମାଟିରେ ଶେଷ ଟେଷ୍ଟ ବିଜୟ ୨୭ ଜୁଲାଇ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଆସିଥିଲା ।ସେହି ମ୍ୟାଚ୍‌ରେ ପାକିସ୍ତାନ ଇନିଂସ୍ ଓ ୨୨୨ ରନ୍‌ରେ ବିଜୟୀ ହୋଇଥିଲା । ଏହା ପରେ ଦୀର୍ଘ ୧୧୦୫ ଦିନ ଧରି ପାକିସ୍ତାନ ବିଦେଶ ମାଟିରେ ଟେଷ୍ଟ ବିଜୟର ଅପେକ୍ଷାରେ ଥିଲା । ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଜୟ ସହ ଏହି ଖରାପ ରେକର୍ଡର ଅନ୍ତ ଘଟିଛି ।

ବିଶେଷ କଥା ହେଉଛି, ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ଶେଷ ବିଦେଶୀ ଟେଷ୍ଟ ବିଜୟ ମଧ୍ୟ ବାବର ଆଜମ୍‌ଙ୍କ ଅଧିନାୟକତ୍ୱରେ ଆସିଥିଲା । ନିକଟରେ ପିସିବି ଶାନ୍ ମସୁଦ୍‌ଙ୍କୁ ଟେଷ୍ଟ ଅଧିନାୟକ ପଦରୁ ହଟାଇ ବାବର ଆଜମ୍‌ଙ୍କୁ ପୁଣି ରେଡ୍ ବଲ୍ ଟିମ୍‌ର ନେତୃତ୍ୱ ଦେଇଛି । ଶାନ୍ ମସୁଦ୍‌ଙ୍କ ଅଧିନାୟକତ୍ୱ ସମୟରେ ପାକିସ୍ତାନ ୧୬ଟି ଟେଷ୍ଟ ମ୍ୟାଚ୍‌ରୁ କେବଳ 4ଟି ବିଜୟ ହାସଲ କରିଥିଲା । ଏହି କାରଣରୁ ତାଙ୍କୁ ପାକିସ୍ତାନର ସବୁଠାରୁ ଖରାପ ଟେଷ୍ଟ ଅଧିନାୟକଙ୍କ ମଧ୍ୟରେ ଗଣାଯାଉଛି ।
ଅନ୍ୟପଟେ ବାବର ଆଜମ୍‌ଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଏପର୍ଯ୍ୟନ୍ତ ୨୨ଟି ଟେଷ୍ଟ ମ୍ୟାଚ୍‌ରେ ୧୧ଟି ବିଜୟ ହାସଲ କରିଛି । ଏହି ବିଜୟ ପାକିସ୍ତାନ ଟେଷ୍ଟ କ୍ରିକେଟ୍‌ରେ ନୂଆ ଆରମ୍ଭର ସଙ୍କେତ ଦେଇଛି ।

Leave a Reply

Your email address will not be published. Required fields are marked *