ରୁଷର ଏସ୍-୪୦୦ ଭଳି ଭାରତ ତିଆରି କରିବ ସ୍ବଦେଶୀ ଏୟାର ଡିଫେନ୍ସ ସିଷ୍ଟମ। ପ୍ରୋଜେକ୍ଟ କୁଷ ଜରିଆରେ ୧୫୦ କିମି, ୨୫୦ କିମି ଏବଂ ୪୦୦ କିମିରୁ ଅଧିକ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦିପାରୁଥିବା ଏୟାର ଡିଫେନ୍ସ ସିଷ୍ଟମ ବନାଇବ ଭାରତ–ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୂଚନା।
ରୁଷର ଏସ୍-୪୦୦ ଭଳି ଭାରତ ତିଆରି କରିବ ସ୍ବଦେଶୀ ଏୟାର ଡିଫେନ୍ସ ସିଷ୍ଟମ। ପ୍ରୋଜେକ୍ଟ କୁଷ ଜରିଆରେ ୧୫୦ କିମି, ୨୫୦ କିମି ଏବଂ ୪୦୦ କିମିରୁ ଅଧିକ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦିପାରୁଥିବା ଏୟାର ଡିଫେନ୍ସ ସିଷ୍ଟମ ବନାଇବ ଭାରତ–ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୂଚନା। ରାଜନାଥ ସିଂହ ଶୁକ୍ରବାର ଦିନ ଦେଶୀୟ ପ୍ରୋଜେକ୍ଟ କୁଶ ଏୟାର୍ ଡିଫେନ୍ସ ସିଷ୍ଟମକୁ ଭାରତର ସୁରକ୍ଷା ଢ଼ାଞ୍ଚା ପାଇଁ ଏକ ସମ୍ଭାବ୍ୟ “ଗେମ୍ ଚେଞ୍ଜର୍” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହା ପୂର୍ବରୁ ଅପରେସନ୍ ସିନ୍ଦୂର ସମୟରେ ଭାରତର ଏୟାର୍ ଡିଫେନ୍ସ ସିଷ୍ଟମକ ନିଜର ଗୁରୁତ୍ୱ ପ୍ରମାଣିତ କରିସାରିଛି।
ହାଇଦ୍ରାବାଦରେ ଡିଆରଡିଓର ଡିଫେନ୍ସ ରିସର୍ଚ୍ ଆଣ୍ଡ୍ ଡେଭଲପମେଣ୍ଟ ଲ୍ୟାବୋରେଟୋରୀ (DRDL) ରେ ଆଡଭାନ୍ସଡ୍ ୱିପନ୍ ସିଷ୍ଟମ୍ କମ୍ପ୍ଲେକ୍ସର ଉଦ୍ଘାଟନୀ ଉତ୍ସବରେ ଏଭଳି କହିଛନ୍ତି ରାଜନାଥ ସିଂହ। ଏହି ସିଷ୍ଟମ ସୁରକ୍ଷା ଭୂମିକାକୁ ହିନ୍ଦୁ ପୁରାଣର ପ୍ରସିଦ୍ଧ ଗୋବର୍ଦ୍ଧନ ପର୍ବତ ସହ ତୁଳନା କରିଛନ୍ତି। ଯେପରି ଦ୍ୱାପର ଯୁଗରେ ଗୋବର୍ଦ୍ଧନ ପର୍ବତ ସମଗ୍ର ବ୍ରଜ ଅଞ୍ଚଳକୁ ରକ୍ଷା କରିଥିଲା, ସେହିପରି ଆମର ଏୟାର୍ ଡିଫେନ୍ସ ସିଷ୍ଟମ୍ ସମଗ୍ର ଅଞ୍ଚଳକୁ ଏକ ସୁରକ୍ଷା ପ୍ରଦାନ କରିବ। ତେବେ ଆସନ୍ତୁ ନଜର ପକାଇବା ପ୍ରୋଜେକ୍ଟ କୁଶ କ’ଣ ଏବଂ ଏହା କିପରି ଭାରତ ପାଇଁ ଗେମ ଚେଞ୍ଜର ହେବ।
ପ୍ରୋଜେକ୍ଟ କୁଶ କଣ?
ପ୍ରୋଜେକ୍ଟ କୁଶ ହେଉଛି ଦୂର ଲକ୍ଷ୍ୟ ଭେଦ ସ୍ବଦେଶୀ ଏୟାର ଡିଫେନ୍ସ ସିଷ୍ଟମ
ସ୍ଥଳରୁ ଆକାଶ ମିସାଇଲ୍ (SAM) ସିଷ୍ଟମ୍ ଯାହା DRDO ବିକଶିତ କରିବ
ଆକାଶ ମାର୍ଗରୁ ଆକ୍ରମଣ ବିରୋଧରେ ସୁରକ୍ଷା ପ୍ରଦାନ କରିବ
ସ୍ତରୀୟ ଏୟାର୍ ଡିଫେନ୍ସ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି
ଏହା ରୁଷିଆର ଏସ-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ ଭଳି ଉନ୍ନତ ହେବ
କୁଶ ପ୍ରୋଜେକ୍ଟରେ ତିନୋଟି ଇଣ୍ଟରସେପ୍ଟର୍ ଭାରିଆଣ୍ଟ ବିକଶିତ ହେବ
M1 ପାଖାପାଖି ୧୫୦ କିମି ରେଞ୍ଜ ପର୍ଯ୍ୟନ୍ତ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ
M2 ପାଖାପାଖି ୨୫୦ କିମି ରେଞ୍ଜ ପର୍ଯ୍ୟନ୍ତ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ
M3 ପ୍ରାୟ ୩୫୦-୪୦୦ କିମି ରେଞ୍ଜ ପର୍ଯ୍ୟନ୍ତ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ
ଏହି ସିଷ୍ଟମ ଷ୍ଟେଲ୍ଥ ଯୁଦ୍ଧ ବିମାନ, ଡ୍ରୋନ୍, କ୍ରୁଜ୍ ମିସାଇଲକୁ ଖସାଇ ପାରିବ
ପ୍ରିସିଜନ୍-ଗାଇଡେଡ୍ ମ୍ୟୁନିସନ୍ ଏବଂ କିଛି ବାଲିଷ୍ଟିକ୍ ମିସାଇଲ ବିରୋଧରେ କାର୍ଯ୍ୟକ୍ଷମ ହେବ ।ଏହାର ଅପରେସନାଲ୍ ଡିପ୍ଲୋୟମେଣ୍ଟ୍ ୨୦୨୮-୨୦୩୦ ମଧ୍ୟରେ ହେବାର ସମ୍ଭାବନା ରହିଛି ।ଏହା ଭାରତର ବ୍ୟାପକ ଏୟାର୍ ଡିଫେନ୍ସ ଯୋଜନାର ଅଂଶ । ପ୍ରୋଜେକ୍ଟ କୁଶକୁ ବାୟୁସେନାର ଇଣ୍ଟିଗ୍ରେଟେଡ୍ ଏୟାର କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍ (IACCS)ସହ ଏକୀକୃତ କରାଯିବ ।୨୦୩୫ ସୁଦ୍ଧା ଭାରତ ପାଇଁ ଏକ ମଲ୍ଟି-ଲେୟାର୍ ଏୟାର୍ ଏବଂ ମିସାଇଲ୍ ଡିଫେନ୍ସ ଢାଲ୍ ନିର୍ମାଣ ଲକ୍ଷ୍ୟ ରଖିଛି।

