ଆଜି ଡି’ସୋଜା ବିଦ୍ୟାଳୟ ରେ Green Lovers ସଂସ୍ଥାର ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ DFO ଶ୍ରୀ ରବି ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଆଜି ଡି’ସୋଜା ବିଦ୍ୟାଳୟରେ Green Lovers ସଂସ୍ଥାର ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ DFO ଶ୍ରୀ ରବି ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତାଙ୍କ ସହ ବନ ବିଭାଗର ଅଧିକାରୀମାନେ, YMCA, Green Lovers ସଂଗଠନର ସଦସ୍ୟମାନେ ଓ ଅନ୍ୟାନ୍ୟ ସମ୍ମାନିତ ଅତିଥି ନାଗେଶ୍ୱର ଜଗଦଳା ଓ ସୁଶାନ୍ତ ମହାରଣା ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ୧୫ଟି ଚାରାଗଛ ରୋପଣ କରାଯାଇଥିଲା ।
ବିଦ୍ୟାଳୟର ଚେୟାରମ୍ୟାନ ଆଲୋକ ଜେଣ୍ଡାର ଡିସୋଜା, ନିର୍ଦେଶିକା ଆନବେଲା ଡିସୋଜା, ଅଧ୍ୟକ୍ଷା ଜୟୋତି ଗୁରୁ୍ୱାରା,ଉପାଧ୍ୟକ୍ଷା ଜୟିତା ନାୟକ ଏବଂ ଗାର୍ଲ ଗାଇଡ୍ସ ଓ ସ୍କାଉଟ୍ସର ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ମନରେ ପରିବେଶ ସୁରକ୍ଷା, ସବୁଜିମା ରକ୍ଷା ଓ ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି କରିବାର ସନ୍ଦେଶ ପ୍ରଦାନ କରାଯାଇଥିଲା ।

