ଦ୍ୱୈତ ନଗରୀର ସର୍ବବୃହତ୍ ଦ୍ଵିଭାଷୀୟ କୁଇଜ୍‌ରେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ସାଇନାପ୍ସ କୁଇଜ୍ ଫେଷ୍ଟିଭାଲ–୨୦୨୬: ଦ୍ୱୈତ ନଗରୀର ସର୍ବବୃହତ୍ ଦ୍ଵିଭାଷୀୟ କୁଇଜ୍‌ରେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ:  କିଟ୍ ଇଣ୍ଟରନ୍ୟାସନାଲ୍, ସିଡିଏ ଡିଏଭି,ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍ ଏବଂ ଓୟୁଟିଆର ବିଜେତା

ସାଇନାପ୍ସ କୁଇଜ୍ ଫେଷ୍ଟିଭାଲ–୨୦୨୬: ଦ୍ୱୈତ ନଗରୀର ସର୍ବବୃହତ୍ ଦ୍ଵିଭାଷୀୟ କୁଇଜ୍‌ରେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ:  କିଟ୍ ଇଣ୍ଟରନ୍ୟାସନାଲ୍, ସିଡିଏ ଡିଏଭି,ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍ ଏବଂ ଓୟୁଟିଆର ବିଜେତା

ଟିମ୍ କୁଇଜାର୍ଡ ଓ ଟିମ୍ ହ୍ୱାଇଟ୍ କାନଭାସ୍‌ର ମିଳିତ ଆନୁକୂଲ୍ୟରେ ତଥା ରୁଚି ଫୁଡ୍ ଲାଇନ ଏବଂ ଡମ୍ବରୁ ଆପ ପ୍ରୟୋଜନା ରେ ଆୟୋଜିତ ସର୍ବବୃହତ୍ ଆନ୍ତଃବିଦ୍ୟାଳୟ ଦ୍ଵିଭାଷୀୟ କୁଇଜ୍ ପ୍ରତିଯୋଗିତା ‘ସାଇନାପ୍ସ–୨୦୨୬’ର ଦଶମ ସଂସ୍କରଣ କଟକର ସହିଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ଏହି କୁଇଜ୍ ପ୍ରତିଯୋଗିତାରେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମକୁ ବାରବାଟୀ–କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ଡମ୍ବରୁର ପ୍ରତିଷ୍ଠାତା ଶ୍ରୀ ସମ୍ୟକ ମହାନ୍ତି ଏବଂ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍,ଶ୍ରୀମତୀ ସଙ୍ଗୀତା ସାହୁ, ଅଧ୍ୟକ୍ଷା, ରୁଚି ଫୁଡଲାଇନ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଇଜ୍ ମାଷ୍ଟର୍ ଭାବେ ଟିମ୍ କୁଇଜାର୍ଡର ସିଦ୍ଧାର୍ଥ, ପ୍ରୀତିମାନ, ମନଶ୍ୱେତା, ଶାନ୍ତନୁ , ରବମିତ, ପ୍ରତୀକ ଏବଂ ଅୟଂଶୁ କୁଇଜ୍ ପରିଚାଳନା କରିଥିବା ବେଳେ ମୁଖ୍ୟ ଟିମ୍ ର ମୃତ୍ୟୁଞ୍ଜୟ, ଇନ୍ଦ୍ରନିଲ , ଅଲିଭା, ଦିଶା, ଶତାବ୍ଦୀ ସମେତ ଆୟୋଜକ କମିଟି (OC)ର ୨୭ ଜଣ ସଦସ୍ୟ ଏବଂ ଟିମ୍ ହ୍ୱାଇଟ କାନଭାସ ର ଶ୍ରୀ ଉଲ୍ଲାସ ଚନ୍ଦ୍ର ବେଉରା, ଶ୍ରୀ ଶାରଳା ପ୍ରସାଦ ମିଶ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 

ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ,ସମ୍ମାନିତ ଅତିଥି ଭାବେ ମେୟର ଶ୍ରୀ ସୁବାସ ସିଂହ,ଶ୍ରୀ ଦେବଦତ୍ତ ସାହା, ରୁଚି ଫୁଡଲାଇନ ମାର୍କେଟିଙ୍ଗ ହେଡ, ସେଣ୍ଟ ଜାଭିୟର୍ସ ଚେୟାରମେନ ଶ୍ରୀ ପ୍ରଭୁ ଚରଣ ମହାନ୍ତି, ଶ୍ରୀମତୀ ସ୍ନିଗ୍ଧା ମହାନ୍ତି, ପିପୂଲ୍ ପଦ୍ମଜା ହୋଟେଲ୍‌ର ମୁଖ୍ୟ ଅଧିକାରୀ ଶ୍ରୀ ସୁବ୍ରତ ଦାଶ ଉପସ୍ଥିତ ଥିଲେ।
 ଓଡ଼ିଆ କୁଇଜ୍ ବିଭାଗରେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ୍‌ର ମିହିର ଶତପଥୀ ଓ ଶ୍ରୀତମ ପ୍ରିୟଦର୍ଶୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି, ସନ୍ଦୀପ ସାମନ୍ତରାୟ ଓ ସୋମ ପ୍ରୟାସ ମହାରଣା ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ତୃତୀୟ ସ୍ଥାନ ଅଧିକାର କରିବା ସହ ଶ୍ରେଷ୍ଠ ବାଳିକା ଦଳର ମାନ୍ୟତା ପାଇଥିଲେ ଏସ୍‌ଏସ୍‌ଭିଏମ୍, ନୟାବଜାରର ଅମ୍ରିତା ଗୁରୁ ଓ ଅସୀମା ବରାଳ।

ଇଂରାଜୀ କୁଇଜ୍ ବିଭାଗରେ କିଟ୍ ଇଣ୍ଟରନ୍ୟାସନାଲ୍‌ର ଅଦ୍ୱୈତ୍ୱ ଷଡ଼ଙ୍ଗୀ ଓ ସ୍ୱସ୍ତିକା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ସ୍ଥାନରେ ଡିଏଭି, ସିଡିଏର ସ୍ୱରିତ କୁମାର ସ୍ୱାଇଁ ଓ ପ୍ରିୟାଂଶୁ ପ୍ରତୀକ ପ୍ରଧାନ ରହିଥିବା ବେଳେ, ତୃତୀୟ ସ୍ଥାନ ଅଧିକାର କରିଥିଲେ ଭୁବନେଶ୍ୱରର ଲୟୋଲା ସ୍କୁଲ୍‌ର ଅଭିଜ୍ୱାଳା ମହାନ୍ତି ଓ ଆଦିତ୍ୟ ବରାଳ।

ଚଳିତ ବର୍ଷ ସାଇନାପ୍ସର ଦଶମ ସଂସ୍କରଣକୁ ଅଧିକ ଆକର୍ଷଣୀୟ କରିବା ସହ କୁନି କୁନି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ‘Fam Jam’ କୁଇଜ୍ ଆୟୋଜନ କରାଯାଇଥିଲା। ଏହି ବିଭାଗରେ ଡିଏଭି, ସିଡିଏର ସାଇ ସହସ୍ରାଂଶୁ ଓ ତାଙ୍କ ମାଆ ପଦ୍ମିନୀ ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି, ସାଇ ଇଣ୍ଟରନ୍ୟାସନାଲ୍‌ର ହମ୍ବିକା ଦିଗବି ଓ ତାଙ୍କ ପିତା ପ୍ରଫୁଲ୍ଲ ଦାସ ଦ୍ୱିତୀୟ ସ୍ଥାନ ଏବଂ ଡିଏଭି, ସିଡିଏର କ୍ଷୀରାବ୍ଧି ରାୟ ଓ ତାଙ୍କ ପିତା ରାଜା ସନ୍ଦୀପ ରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସ୍ନାତକ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଓଟିଆର୍‌ (OUTR) ବିଶ୍ୱବିଦ୍ୟାଳୟର ଆଦର୍ଶ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏସ୍‌ସିବି ମେଡିକାଲ୍ କଲେଜର ଆଶୀର୍ବାଦ ନାୟକ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ, ସେହି ଅନୁଷ୍ଠାନର ଅଭିନବ ପ୍ରକାଶ ଅଗ୍ରୱାଲ ତୃତୀୟ ସ୍ଥାନ ହାସଲ କରିଥିଲେ।ଏହା ସହ ଲକି ଡ୍ର, ଅନଲାଇନ କୁଇଜ୍ , ସ୍ପିରିଟ ଅଫ ସାଇନାପ୍ସ ଆଦି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। 

ଏହି ଅଭିନବ କୁଇଜ୍ ପ୍ରତିଯୋଗିତାର ଆୟୋଜନକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ପ୍ରତିଯୋଗିତାକୁ ବଡ଼ ସ୍ତରରେ ନେବା ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଅଭିଭାବକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। 

Leave a Reply

Your email address will not be published. Required fields are marked *