କଟକ ମହାନଦୀ ବ୍ୟାରେଜରେ ଭାସିଲା ଅଜଣା ମୃତଦେହ , ପରିଚୟ ଅସ୍ପଷ୍ଟ

କଟକ ମହାନଦୀ ବ୍ୟାରେଜରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସକାଳୁ ସକାଳୁ ବ୍ୟାରେଜ ଗେଟ୍ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ କୌତୁହଳ ସୃଷ୍ଟି ହୋଇଛି ।

କଟକ ମହାନଦୀ ବ୍ୟାରେଜରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସକାଳୁ ସକାଳୁ ବ୍ୟାରେଜ ଗେଟ୍ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ କୌତୁହଳ ସୃଷ୍ଟି ହୋଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ଅନ୍ୟ କୌଣସି ଘଟଣାର ପରିଣାମ—ସେନେଇ ଏବେ ସସ୍ପେନ୍ସ ଜାରି ରହିଛି । ନିଖୋଜ ବ୍ୟକ୍ତିଙ୍କ ତାଲିକା ସହ ମୃତଦେହର ପରିଚୟ ମେଳ କରିବା ସହ ଆଖପାଖ ଥାନାଗୁଡ଼ିକୁ ମଧ୍ୟ ସୂଚନା ଦିଆଯାଇଛି । ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *