ପିକଅପ୍‌ ସେଗମେଣ୍ଟରେ ମହିନ୍ଦ୍ରାର ନୂଆ ଧମାକା , ଆସୁଛି Scorpio-N Pickup

ମହିନ୍ଦ୍ରା ନେଇଆସୁଛି ଆଉ ଏକ ଦମଦାର ଗାଡ଼ି । ବହୁଦିନ ଧରି ଅପେକ୍ଷାରେ ଥିବା ମହିନ୍ଦ୍ରା ସ୍କର୍ପିଓ-N ପିକଅପ୍‌ ଏବେ ରାସ୍ତାକୁ ଆସିବାକୁ ପ୍ରସ୍ତୁତ । କମ୍ପାନୀ ଏହି ନୂଆ ପିକଅପ୍‌ର ଏକ ଟିଜର ଜାରି କରିଛି ଏବଂ ଅଗଷ୍ଟ ୧୪ରେ ଏହାକୁ ପ୍ରଦର୍ଶନ କରାଯିବ ବୋଲି ରିପୋର୍ଟ ରହିଛି ।

ମହିନ୍ଦ୍ରା ନେଇଆସୁଛି ଆଉ ଏକ ଦମଦାର ଗାଡ଼ି । ବହୁଦିନ ଧରି ଅପେକ୍ଷାରେ ଥିବା ମହିନ୍ଦ୍ରା ସ୍କର୍ପିଓ-N ପିକଅପ୍‌ ଏବେ ରାସ୍ତାକୁ ଆସିବାକୁ ପ୍ରସ୍ତୁତ । କମ୍ପାନୀ ଏହି ନୂଆ ପିକଅପ୍‌ର ଏକ ଟିଜର ଜାରି କରିଛି ଏବଂ ଅଗଷ୍ଟ ୧୪ରେ ଏହାକୁ ପ୍ରଦର୍ଶନ କରାଯିବ ବୋଲି ରିପୋର୍ଟ ରହିଛି । ୨୦୨୩ ମସିହାରେ ମହିନ୍ଦ୍ରା ଏହାର ଗ୍ଲୋବାଲ୍‌ ପିକଅପ୍‌ କନ୍ସେପ୍ଟ୍‌ ପ୍ରଦର୍ଶନ କରିଥିଲା । ଏବେ ସେହି କନ୍ସେପ୍ଟ୍‌ର ପ୍ରଡକ୍ସନ୍‌ ଭର୍ସନ୍‌ ଭାବେ ସ୍କର୍ପିଓ-N ପିକଅପ୍‌ ସାମ୍ନାକୁ ଆସିବ। ୪୦ ସେକେଣ୍ଡର ଟିଜରରେ ଗାଡ଼ିର ଏକ୍ସଟେରିୟର ଓ ଇଣ୍ଟେରିୟରର କିଛି ଅଂଶର ଝଲକ ଦେଖାଯାଇଛି । ଟିଜର ଅନୁସାରେ, ଏହି ପିକଅପ୍‌ ଡବଲ୍‌-କ୍ୟାବ୍‌ ଭର୍ସନ୍‌ରେ ଆସିବ। ତେବେ ଭବିଷ୍ୟତରେ କମର୍ସିଆଲ୍‌ ବାୟରଙ୍କୁ ଲକ୍ଷ୍ୟ କରି ସିଙ୍ଗଲ୍‌-କ୍ୟାବ୍‌ ଭର୍ସନ୍‌ ମଧ୍ୟ ଆସିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ସ୍କର୍ପିଓ-N SUVଠାରୁ ଏହାର ଫ୍ରଣ୍ଟ ଡିଜାଇନ୍‌ ଅଲଗା ରହିବ । ବଡ଼ ଅପରାଇଟ୍‌ ଗ୍ରିଲ୍‌, ସ୍ଲିମ୍‌ LED ହେଡଲାମ୍ପ୍‌, LED DRL ଏବଂ ନୂଆ ଆଲଏ ହ୍ୱିଲ୍‌ ଏହାର ଲୁକ୍‌କୁ ଆହୁରି ଆକର୍ଷଣୀୟ କରିବ ।

 ପଛପଟେ ଭର୍ଟିକାଲ୍‌ ଷ୍ଟାକ୍‌ଡ୍‌ LED ଟେଲଲାମ୍ପ୍‌ ମିଳିବ । ଏବେ କଥା ଯଦି ଭିତରର ଫିଚର୍‌କୁ ନେଇ ହୁଏ, ତେବେ ଏଠି ମଧ୍ୟ ମହିନ୍ଦ୍ରା ନୂଆ ପିକଅପ୍‌କୁ କେବଳ ଏକ ୟୁଟିଲିଟି ଯାନ ଭାବେ ରଖିବାକୁ ଯାଉନାହିଁ। ଏଥିରେ ପାନୋରାମିକ୍‌ ସନରୁଫ୍‌, ବଡ଼ ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ୍‌ ସିଷ୍ଟମ୍‌, ଫୁଲି ଡିଜିଟାଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ କ୍ଲଷ୍ଟର୍‌ ଏବଂ ମଲ୍ଟିଫଙ୍କସନ୍‌ ସ୍ଟିୟରିଂ ହ୍ୱିଲ୍‌ ଭଳି ଫିଚର୍‌ ରହିବାର ଆଶା ରହିଛି । ମହିନ୍ଦ୍ରାର ପିକଅପ୍‌ ଲାଇନଅପ୍‌ରେ ପାନୋରାମିକ୍‌ ସନରୁଫ୍‌ ପ୍ରଥମ ଥର ପାଇଁ ଦେଖିବାକୁ ମିଳିପାରେ । ଇଞ୍ଜିନ୍‌ ସମ୍ପର୍କିତ ସଠିକ୍‌ ତଥ୍ୟ କମ୍ପାନୀ ଏଯାଏଁ ଖୋଲାସା କରିନାହିଁ । ତେବେ ରିପୋର୍ଟ ଅନୁସାରେ, ଏଥିରେ ୨.୨ ଲିଟର mHawk ଡିଜେଲ୍‌ ଇଞ୍ଜିନ୍‌ ଦିଆଯାଇପାରେ ।

ଏହା ସହ ୬-ସ୍ପିଡ୍‌ ମାନୁଆଲ୍‌ ଏବଂ ୬-ସ୍ପିଡ୍‌ ଅଟୋମେଟିକ୍‌ ଟ୍ରାନ୍ସମିସନ୍‌ ବିକଳ୍ପ ମିଳିପାରେ । ଗାଡ଼ିରେ ୪x୪ ସିଷ୍ଟମ୍‌ ମଧ୍ୟ ରହିବାର ସମ୍ଭାବନା ଅଛି । ମହିନ୍ଦ୍ରା ପାଇଁ ଅଗଷ୍ଟ ମାସ ଲଞ୍ଚ ଓ ନୂଆ ପ୍ରଡକ୍ଟ୍‌ ଦେଖାଇବାର ଗୁରୁତ୍ୱପୂର୍ଣ୍ଣ ସମୟ । ଅଗଷ୍ଟ ୧୫ରେ କମ୍ପାନୀ BE6 SPORTEQ ଇଲେକ୍ଟ୍ରିକ୍‌ SUV ନେଇ ଆସୁଥିବା ବେଳେ, ତା’ପୂର୍ବରୁ ଅଗଷ୍ଟ ୧୪ରେ ସ୍କର୍ପିଓ-N ପିକଅପ୍‌ ଉପରୁ ପରଦା ହଟିବ । ଏବେ ସମସ୍ତଙ୍କ ନଜର ଅଗଷ୍ଟ ୧୪ ଉପରେ । ସ୍କର୍ପିଓ-Nର ପରିଚିତ ନାମକୁ ନୂଆ ପିକଅପ୍‌ ଫର୍ମାଟ୍‌ରେ ମହିନ୍ଦ୍ରା କେତେ ଦମଦାର ଭାବେ ପ୍ରସ୍ତୁତ କରୁଛି, ଏହାର ଦାମ୍‌, ଇଞ୍ଜିନ୍‌ ଓ ସମ୍ପୂର୍ଣ୍ଣ ସ୍ପେସିଫିକେସନ୍‌ ସେହି ଦିନ ଆହୁରି ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *