ଆସାମରେ ପ୍ରଳୟଙ୍କରୀ ବନ୍ୟା , ୨୪ ଘଣ୍ଟାରେ ୨୧ ଜଣଙ୍କ ମୃତ୍ୟୁ

ଆସାମରେ ପ୍ରକୃତିର ପ୍ରଳୟଙ୍କରୀ ରୂପ । ଲଗାଣ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ରାଜ୍ୟର ଅନେକ ଜିଲ୍ଲା ଜଳମଗ୍ନ ହୋଇଥିବାବେଳେ, ଜନଜୀବନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି ।

ଆସାମରେ ପ୍ରକୃତିର ପ୍ରଳୟଙ୍କରୀ ରୂପ । ଲଗାଣ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ରାଜ୍ୟର ଅନେକ ଜିଲ୍ଲା ଜଳମଗ୍ନ ହୋଇଥିବାବେଳେ, ଜନଜୀବନ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ସମ୍ପର୍କିତ ବିଭିନ୍ନ ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ଲଗାଣ ବର୍ଷା ଆସାମରେ ବିପର୍ଯ୍ୟୟ ଆଣିଛି। ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ଅନେକ ସ୍ଥାନରେ ବନ୍ୟା ପାଣି ଗାଁ ଓ ସହର ଭିତରକୁ ପଶିଯାଇଛି ।

ହଜାର ହଜାର ଲୋକ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନ ଓ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି । ବନ୍ୟାର ପ୍ରଭାବରେ ରାସ୍ତାଘାଟ, ପୋଲ ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଅନେକ ଅଞ୍ଚଳରେ ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଡଙ୍ଗା ଓ ଅନ୍ୟାନ୍ୟ ଉଦ୍ଧାର ସାମଗ୍ରୀ ସହାୟତାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଆହୁରି ବର୍ଷାର ସମ୍ଭାବନା ବ୍ୟକ୍ତ କରାଯାଇଥିବାରୁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ନଦୀକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଆବଶ୍ୟକ ନହେଲେ ଘରୁ ବାହାରକୁ ନଯିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *