ସାମ୍ବାଦିକ ସମ୍ମିଳନୀରେ ରବିଶଙ୍କର କହିଛନ୍ତି ଯେ, ଗତ କିଛି ଦିନ ଧରି ବିରୋଧୀଙ୍କ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀବାସୀ ଅସୁବିଧାରେ ପଡ଼ିଛନ୍ତି । ନିର୍ବାଚନରେ ପରାଜୟର କାରଣ ଖୋଜିବା ପରିବର୍ତ୍ତେ ବିରୋଧୀ ରାସ୍ତାରେ ପ୍ରଦର୍ଶନକୁ ଅସ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ପ୍ରଦର୍ଶନକୁ ନେଇ ବିଜେପି ସାଂସଦ ରବିଶଙ୍କର ପ୍ରସାଦ ତୀବ୍ର ସମାଲୋଚନା କରିଛନ୍ତି । ଦେଶ ସଂସଦରୁ ଚାଲିବ, ରାସ୍ତାରୁ ନୁହେଁ ବୋଲି କହି ସେ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ରବିଶଙ୍କର କହିଛନ୍ତି ଯେ, ଗତ କିଛି ଦିନ ଧରି ବିରୋଧୀଙ୍କ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀବାସୀ ଅସୁବିଧାରେ ପଡ଼ିଛନ୍ତି । ନିର୍ବାଚନରେ ପରାଜୟର କାରଣ ଖୋଜିବା ପରିବର୍ତ୍ତେ ବିରୋଧୀ ରାସ୍ତାରେ ପ୍ରଦର୍ଶନକୁ ଅସ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ଗଣତନ୍ତ୍ରର ଶାଳୀନତା ଓ ଜନସାଧାରଣଙ୍କ ବିଶ୍ୱାସ ଅରାଜକତା ଉପରେ ବିଜୟୀ ହୋଇଛି ବୋଲି ସେ କହିଛନ୍ତି । ଉପନିର୍ବାଚନ ଫଳାଫଳର ଉଦାହରଣ ଦେଇ ସେ ଦାବି କରିଛନ୍ତି ଯେ, ଆସାମ, ନନ୍ଦୀଗ୍ରାମ ଓ ପୁଡୁଚେରୀରେ ବିଜେପି ଏବଂ ଏନ୍ଡିଏକୁ ସଫଳତା ମିଳିଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ନଥିବା ନେଇ ମଧ୍ୟ ସେ କଟାକ୍ଷ କରିଛନ୍ତି ।
ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନକୁ ସମର୍ଥନ କରି ରବିଶଙ୍କର କହିଛନ୍ତି ଯେ, ମୃତ, ସ୍ଥାନାନ୍ତରିତ ଓ ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କ ତଥ୍ୟ ଯାଞ୍ଚ ଜରୁରୀ । ଅଯୋଗ୍ୟ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ରଖାଯିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଦେଶରେ ଜରୁରୀକାଳୀନ ପରିସ୍ଥିତି ଭଳି ସ୍ଥିତି ଥିବା ବୟାନକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ଏଥିସହ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରି ଦେଶ ଚଳାଇବାକୁ ଉଦ୍ୟମ ନକରିବା ପାଇଁ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ।

