୨୦୦ ପିଲାଙ୍କ ପାଇଁ ୨ ଶିକ୍ଷକ! ଆଶ୍ରମ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ସରକାର ବଦଳିଲା ହେଲେ ବଦଳିଲାନି ଶିକ୍ଷାବ୍ୟବସ୍ଥା । କୋରାପୁଟ ଲକ୍ଷ୍ମୀପୁର ଚାରଡ଼ା ଆଶ୍ରମ ବିଦ୍ୟାଳୟରେ ୨୦୦ ପିଲାଙ୍କୁ ଦୁଇଜଣ ଶିକ୍ଷକ । ପାଠ ପଢ଼ାଉଛନ୍ତି ମାଟ୍ରନ, ଶିକ୍ଷାନୀତି ଉପରେ ଉଠିଲା ପ୍ରଶ୍ନ ।

ସରକାର ବଦଳିଲା ହେଲେ ବଦଳିଲାନି ଶିକ୍ଷାବ୍ୟବସ୍ଥା । କୋରାପୁଟ ଲକ୍ଷ୍ମୀପୁର ଚାରଡ଼ା ଆଶ୍ରମ ବିଦ୍ୟାଳୟରେ ୨୦୦ ପିଲାଙ୍କୁ ଦୁଇଜଣ ଶିକ୍ଷକ । ପାଠ ପଢ଼ାଉଛନ୍ତି ମାଟ୍ରନ, ଶିକ୍ଷାନୀତି ଉପରେ ଉଠିଲା ପ୍ରଶ୍ନ । ସାରା ଦେଶରେ ଏବେ ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ସରକାର ଜାତୀୟ ଶିକ୍ଷାନୀତି ଲାଗୁ କରିଛନ୍ତି । ଯେମିତିକି ଛାତ୍ରଛାତ୍ରୀ ମାନେ ସହଜରେ ଶିକ୍ଷା ଗ୍ରହଣ କରି ପିଲାଙ୍କ ଭବିଷ୍ୟତ ଗଡିବେ କିନ୍ତୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଚାରଡ଼ାର ଏହି ଆଶ୍ରମ ବିଦ୍ୟାଳୟର ଚିତ୍ର ଶିକ୍ଷା ବିଭାଗର ବିକଳ ଚିତ୍ରକୁ ପଦାରେ ପକାଇଛି ।

ଏହି ଆଶ୍ରମ ବିଦ୍ୟାଳୟରେ ୨୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୦ ଜଣ ହଷ୍ଟେଲ ରେ ରହି ପଢୁଥିବାବେଳେ ୭୦ ଜଣ ପିଲା ଡେ ସ୍କୋଲାର ଭାବେ ପଢୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୩୫ ଜଣ ଛାତ୍ରଛାତ୍ରୀଙ୍କ ସକାଶେ ଜଣେ ଲେଖାଏଁ ଶିକ୍ଷକ ରହିବାର ନିୟମ ରହିଥିବାବେଳେ ଏହି ବିଦ୍ୟାଳୟରେ ପ୍ରାୟ ସାତରୁ ଆଠ ଜଣ ଶିକ୍ଷକ ରହିବା କଥା କିନ୍ତୁ ମାତ୍ର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହିଛନ୍ତି । 

Leave a Reply

Your email address will not be published. Required fields are marked *