ଶାମଲୀରେ ହରିୟାଣଭୀ ଗାୟକଙ୍କୁ ଗୁଳିମାଡ଼ । ଜିମ୍ରୁ ବାହାରିବା ବେଳେ ଅଙ୍କିତ ବାଲିୟାନଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ । ଗୁଳିମାଡ଼ରେ ଗାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି ।
ଶାମଲୀରେ ହରିୟାଣଭୀ ଗାୟକଙ୍କୁ ଗୁଳିମାଡ଼ । ଜିମ୍ରୁ ବାହାରିବା ବେଳେ ଅଙ୍କିତ ବାଲିୟାନଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ । ଗୁଳିମାଡ଼ରେ ଗାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି । ସୂଚନା ଅନୁସାରେ, ଅଙ୍କିତ ବାଲିୟାନ ଜିମ୍ରୁ ବାହାରୁଥିବା ସମୟରେ ଦୁଇଟି ବାଇକ୍ରେ ୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ । ଅତର୍କିତ ଭାବେ ଅଙ୍କିତଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଆକ୍ରମଣକାରୀ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଦୁର୍ବୃତ୍ତମାନେ ଅଙ୍କିତଙ୍କ ଉପରକୁ ପ୍ରାୟ ୧୮ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ଗୁଳିମାଡ଼ ପରେ ଅଙ୍କିତ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।
ଘଟଣାସ୍ଥଳରେ ଲାଗିଥିବା CCTV ଫୁଟେଜ୍କୁ ଯାଞ୍ଚ କରାଯାଉଛି । CCTVରେ ୪ ଜଣ ଆକ୍ରମଣକାରୀଙ୍କ ଗତିବିଧି କଏଦ ହୋଇଥିବାରୁ, ସେମାନଙ୍କ ପରିଚୟ ଜାଣିବାକୁ ପୁଲିସ ଚେଷ୍ଟା ଚଳାଇଛି । କିଏ ଏହି ହତ୍ୟା ପଛରେ ରହିଛି? ଅଙ୍କିତଙ୍କୁ କାହିଁକି ଟାର୍ଗେଟ୍ କରାଗଲା? ଏହା ପଛରେ କୌଣସି ପୁରୁଣା ଶତ୍ରୁତା ରହିଛି କି, ନା ଅନ୍ୟ କୌଣସି କାରଣ? ଏସବୁ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ । ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ହତ୍ୟାକାରୀଙ୍କୁ ଶୀଘ୍ର ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି । CCTVରେ କଏଦ ହୋଇଛି ଆକ୍ରମଣର ଛବି, ହେଲେ ଏବେ ବି ଅନେକ ପ୍ରଶ୍ନର ଉତ୍ତର ଅସ୍ପଷ୍ଟ । ଅଙ୍କିତ ବାଲିୟାନଙ୍କ ହତ୍ୟା ପଛରେ କାହାର ହାତ, ତାହାର ଖୋଳତାଡ଼ କରୁଛି ଶାମଲୀ ପୁଲିସ ।

