ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ଆକ୍ସନ୍ , ୨୦ ଗୋରୁ ସହ ୩ ପିକଅପ୍ ଜବତ

ପଶ୍ଚିମବଙ୍ଗକୁ ହେଉଥିବା ବେଆଇନ ଗୋରୁ ଚାଲାଣ ଉପରେ ଆକ୍ସନ୍ । ଗୋରୁ ବୋଝେଇ ୩ଟି ପିକଅପ୍ ଗାଡ଼ିକୁ ଅଟକାଇଲା ବଜରଙ୍ଗଦଳ । ଗାଡ଼ିରୁ ୨୦ଟି ଗୋରୁ ଜବତ ହୋଇଥିବାବେଳେ ଜଣେ ଗୋ-ମାଫିଆକୁ ଅଟକ ରଖାଯାଇଛି ।

ପଶ୍ଚିମବଙ୍ଗକୁ ହେଉଥିବା ବେଆଇନ ଗୋରୁ ଚାଲାଣ ଉପରେ ଆକ୍ସନ୍ । ଗୋରୁ ବୋଝେଇ ୩ଟି ପିକଅପ୍ ଗାଡ଼ିକୁ ଅଟକାଇଲା ବଜରଙ୍ଗଦଳ । ଗାଡ଼ିରୁ ୨୦ଟି ଗୋରୁ ଜବତ ହୋଇଥିବାବେଳେ ଜଣେ ଗୋ-ମାଫିଆକୁ ଅଟକ ରଖାଯାଇଛି । ତେବେ ଘଟଣାସ୍ଥଳରୁ ଆଉ ଦୁଇ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ । ସୂଚନା ଅନୁସାରେ, ଗତକାଲି ତିନୋଟି ପିକଅପ୍ ଗାଡ଼ିରେ ବେଆଇନ ଭାବେ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ନେଇ ବଜରଙ୍ଗଦଳକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ।

 ଖବର ପାଇ ଦଳର ସଦସ୍ୟମାନେ ହରଭଙ୍ଗା ଥାନା ସକୁସିଙ୍ଗା ନିକଟରେ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଯାଞ୍ଚ ବେଳେ ଗାଡ଼ି ଭିତରେ ବେଆଇନ ଭାବେ ଗୋରୁ ନେଇ ଯାଉଥିବା ଜଣାପଡ଼ିଥିଲା । ପରେ ଏନେଇ ସ୍ଥାନୀୟ ହରଭଙ୍ଗା ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ପିକଅପ୍ ଗାଡ଼ି ସହ ୨୦ଟି ଗୋରୁକୁ ଜବତ କରିଛି । ଏହାସହ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଳାଇଛି । ଘଟଣାରେ ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଧରିବା ସହ ଗୋରୁ ଚାଲାଣ ରାକେଟର ଅଧିକ ତଦନ୍ତ କରୁଛି ପୁଲିସ ।

Leave a Reply

Your email address will not be published. Required fields are marked *