ସମ୍ବଲପୁର ପରେ ଅନୁଗୋଳ କୋର୍ଟକୁ ବୋମା ଧମକ , ଇ-ମେଲରେ ଆସିଲା ଉଡ଼ାଇଦେବା ଧମକ

ସମ୍ବଲପୁର ପରେ ଏବେ ଅନୁଗୋଳ କୋର୍ଟକୁ ବୋମା ଧମକ । ଇ-ମେଲ ମାଧ୍ୟମରେ କୋର୍ଟକୁ ଉଡ଼ାଇଦେବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି । ଧମକ ପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସମ୍ବଲପୁର ପରେ ଏବେ ଅନୁଗୋଳ କୋର୍ଟକୁ ବୋମା ଧମକ । ଇ-ମେଲ ମାଧ୍ୟମରେ କୋର୍ଟକୁ ଉଡ଼ାଇଦେବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି । ଧମକ ପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ପାଇବା ପରେ ତୁରନ୍ତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏହାସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ କୋର୍ଟ ପରିସରରେ ପହଞ୍ଚି ତନାଘନା ଜାରି ରଖିଛି ।

ସନ୍ଦେହଜନକ କୌଣସି ସାମଗ୍ରୀ ମିଳିଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ କଡ଼ା ନଜର ରଖାଯାଇଛି । ଗତ କିଛି ସମୟ ମଧ୍ୟରେ କୋର୍ଟଗୁଡ଼ିକୁ ଏଭଳି ବୋମା ଧମକ ଘଟଣା ବଢ଼ୁଥିବାରୁ ତଦନ୍ତକୁ ଗୁରୁତ୍ୱ ଦେଇଛି ପୁଲିସ । ଧମକ ପଛରେ କିଏ ରହିଛି, ତାହାର ଖୋଜ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *