ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମୟ ହୋଇଛି । ଲଖନପୁର ବ୍ଲକ୍ ଅଞ୍ଚଳର କୋଇଲିଘୋଘର ଠାରେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ମନ୍ଦିର ପାଣିରେ ବୁଡ଼ି ଯାଇଛି । ଲଗାଣ ବର୍ଷାରେ ଉଛୁଲୁଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସ୍ଥିତ କୋଇଲିଘୁଘର ଜଳପ୍ରପାତ ।
ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମୟ ହୋଇଛି । ଲଖନପୁର ବ୍ଲକ୍ ଅଞ୍ଚଳର କୋଇଲିଘୋଘର ଠାରେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ମନ୍ଦିର ପାଣିରେ ବୁଡ଼ି ଯାଇଛି । ଲଗାଣ ବର୍ଷାରେ ଉଛୁଲୁଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସ୍ଥିତ କୋଇଲିଘୁଘର ଜଳପ୍ରପାତ । ଜଳପ୍ରପାତ ନିକଟରେ ଥିବା ଶିବ ମନ୍ଦିର ଭିତରେ ଦେଇ ପ୍ରବାହିତ ହେଉଛି ବର୍ଷା ପାଣି ।
ବର୍ଷା ପାଣି ଦେଖି ଭୟବିତ ସ୍ଥାନୀୟ ଲୋକେ । କୋଇଲି ଘୁଘର ଜଳ ପ୍ରପାତ ଦେଇ ଏହି ବର୍ଷା ପାଣି ଅହିଡା ନାଳ ଦେଇ ହୀରାକୁଦ ରିଜର୍ଭରକୁ ପ୍ରବେଶ କରେ । ତେଣୁ ଲଗାତାର ବର୍ଷା ହେବାସହ ଯଦି ଜଳ ପ୍ରପାତ ଉଗ୍ର ହୁଏ ତେବେ ଅହିଡା ନାଳ ନିକଟରେ ଥିବା ଗାଁ ଥିବା ଛୁଇଁଖାଁଚ, ଦେବଦର, ତେଲେନ, କୁରେମାଲ, ସମରବଗା, କୁଡାବଗା ଆଦି ଗାଁ ଏବଂ ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ରହିଛି ।

