ଲଗାଣ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ ! ସୁବର୍ଣ୍ଣପୁରରେ ବନ୍ୟା ଭୟ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅଞ୍ଚଳରୁ ଆସିଛି ଚିନ୍ତାଜନକ ଚିତ୍ର । ଲଗାଣ ବର୍ଷା ଯୋଗୁଁ ମେଣ୍ଡା ଗାଁ ନିକଟ ଶୁକତେଲ ନଦୀରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅଞ୍ଚଳରୁ ଆସିଛି ଚିନ୍ତାଜନକ ଚିତ୍ର । ଲଗାଣ ବର୍ଷା ଯୋଗୁଁ ମେଣ୍ଡା ଗାଁ ନିକଟ ଶୁକତେଲ ନଦୀରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଛି । ମେଣ୍ଡା ଗାଁକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ତେଲ ଇରିଗେଶନ ବିଭାଗ ପକ୍ଷରୁ ପ୍ରାୟ ଦୁଇ ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ଏହି ନଦୀବନ୍ଧ ନିର୍ମାଣ କରାଯାଇଥିଲା । ନଦୀବନ୍ଧରେ ଏକ କଲଭର୍ଟ ମଧ୍ୟ ନିର୍ମାଣ କରାଯାଇଥିଲା କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବଡ଼ କଲଭର୍ଟ ନିର୍ମାଣ କରିବାକୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଇନଥିଲେ । 

ହୋମ ପାଇପ୍ ପକାଇ ତିଆରି ହୋଇଥିବା କଲଭର୍ଟ ଲଗାଣ ବର୍ଷାର ଚାପ ସହିପାରିନଥିବାରୁ ନଦୀବନ୍ଧ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଏବେ ନଦୀବନ୍ଧ ଭାଙ୍ଗିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଦେଖାଦେଇଛି । ଯଦି ବର୍ଷା ଜାରି ରହେ, ତେବେ ଗାଁ ଓ ଚାଷ ଜମି ଉପରେ ବନ୍ୟା ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି । ଗ୍ରାମବାସୀ ଏବେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି । 

Leave a Reply

Your email address will not be published. Required fields are marked *