ଯେଉଁ ମାନେ ରିଜେକ୍ଟ କରିଥିଲେ ସେମାନେ ଦେଉଛନ୍ତି ଅଫର୍ : କମ୍ପୋଜରଙ୍କ ଜୀବନ ବଦଳାଇ ଦେଲା ହନୁମାନ ଅଂଶ

ଏହି ସଫଳତା ପରେ ଫିଲ୍ମର କମ୍ପୋଜର ଧୀରେନ୍ଦ୍ର ମୁଲ୍କଲୱାର ନିଜ ପ୍ରତିକ୍ରିୟା ଦେଇଛନ୍ତି । ଧୀରେନ୍ଦ୍ର କହିଛନ୍ତି, ଏହି ସଫଳତା ସେମାନଙ୍କ ପାଇଁ ଚମତ୍କାରଠାରୁ କମ୍ ନୁହେଁ । ତାଙ୍କ କହିବା ଅନୁସାରେ, ଯେଉଁ ବଡ଼ ଫିଲ୍ମଗୁଡ଼ିକ ପୂର୍ବରୁ ତାଙ୍କୁ ରିଜେକ୍ଟ କରିଥିଲେ, ସେହିମାନେ ଏବେ ତାଙ୍କୁ କାମ ପାଇଁ ଆପ୍ରୋଚ୍ କରୁଛନ୍ତି ।

ମାତ୍ର ୨ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସ୍‌ରେ ଏବେ ଧୂମ୍ ମଚାଉଛି । ଫିଲ୍ମଟି ୨୦୦ କୋଟି ଟଙ୍କାର କ୍ଲବ୍‌ରେ ପ୍ରବେଶ କରିଥିବା ବେଳେ ଏବେ ବି ପ୍ରତିଦିନ ଭଲ କଲେକ୍ସନ୍ କରୁଛି । ଏହି ସଫଳତା ପରେ ଫିଲ୍ମର କମ୍ପୋଜର ଧୀରେନ୍ଦ୍ର ମୁଲ୍କଲୱାର ନିଜ ପ୍ରତିକ୍ରିୟା ଦେଇଛନ୍ତି । ଧୀରେନ୍ଦ୍ର କହିଛନ୍ତି, ଏହି ସଫଳତା ସେମାନଙ୍କ ପାଇଁ ଚମତ୍କାରଠାରୁ କମ୍ ନୁହେଁ । ତାଙ୍କ କହିବା ଅନୁସାରେ, ଯେଉଁ ବଡ଼ ଫିଲ୍ମଗୁଡ଼ିକ ପୂର୍ବରୁ ତାଙ୍କୁ ରିଜେକ୍ଟ କରିଥିଲେ, ସେହିମାନେ ଏବେ ତାଙ୍କୁ କାମ ପାଇଁ ଆପ୍ରୋଚ୍ କରୁଛନ୍ତି । ସେ ଏହାକୁ ବାବାଜୀଙ୍କ ଆଶୀର୍ବାଦ ବୋଲି ମାନୁଛନ୍ତି ।

ଫିଲ୍ମର ଶୁଟିଂ ସମୟରେ ଟିମ୍‌କୁ ବଜେଟ୍‌ ସମେତ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା । ଧୀରେନ୍ଦ୍ରଙ୍କ କହିବା ଅନୁସାରେ, ପ୍ରତିଦିନ ପ୍ରଥମ ଶଟ୍‌ ପୂର୍ବରୁ ପୂରା କ୍ରୁ ହନୁମାନ ଚାଳିଶା ପାଠ କରୁଥିଲେ ଏବଂ ପ୍ରାୟ ୩୦-୪୦ ମିନିଟ୍ ଆରତୀ କରୁଥିଲେ । ପ୍ରାର୍ଥନା ଶେଷ ହେବା ବେଳକୁ ଅନେକ ସମସ୍ୟାର ସମାଧାନ ମିଳିଯାଉଥିଲା। ସେଟ୍‌ରେ ଟିମ୍ ସାତ୍ତ୍ୱିକ ଖାଦ୍ୟ ମଧ୍ୟ ଗ୍ରହଣ କରୁଥିଲେ ।

ମ୍ୟୁଜିକ୍‌ର ପ୍ରଥମ ଥିମ୍ ପାଇଁ ଧୀରେନ୍ଦ୍ର ପ୍ରାୟ ଦୁଇ ମାସ କାମ କରିଥିଲେ । କିନ୍ତୁ ବାବାଜୀଙ୍କୁ ଧ୍ୟାନ କରିବା ପରେ ମାତ୍ର କିଛି ମିନିଟ୍‌ରେ ତାଙ୍କୁ ଧୁନ୍ ମିଳିଯାଇଥିଲା । ଏହି ଅଭିଜ୍ଞତା ତାଙ୍କ ସହ ଅନେକଥର ଘଟିଥିବା ସେ କହିଛନ୍ତି । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରୁ ଆସିଥିବା ଧୀରେନ୍ଦ୍ର ୨୦ ବର୍ଷ ଧରି ମୁମ୍ବାଇରେ ସଂଘର୍ଷ କରିଛନ୍ତି । ‘ହନୁମାନ ଅଂଶ’ ପୂର୍ବରୁ ସେ ମୁମ୍ବାଇ ଛାଡ଼ିବାକୁ ମଧ୍ୟ ଚିନ୍ତା କରୁଥିଲେ । ଏହି ସମୟରେ କୈଞ୍ଚି ଧାମ ଯିବା ତାଙ୍କ ଜୀବନରେ ନୂଆ ମୋଡ଼ ଆଣିଥିଲା। ବିଶାଳ ଚତୁର୍ବେଦୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶୋଭିନବ ସତ୍ୟା ଲିଡ୍ ରୋଲ୍‌ରେ ଅଛନ୍ତି ।

Leave a Reply

Your email address will not be published. Required fields are marked *