୨୧ ଦିନ ଧରି ଚାଲିଥିବା ଭୂଖ ହଡ଼ତାଳ ପରେ ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ସତର୍କ ବାର୍ତ୍ତା ଦେଇଛନ୍ତି ।
୨୧ ଦିନ ଧରି ଚାଲିଥିବା ଭୂଖ ହଡ଼ତାଳ ପରେ ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ସତର୍କ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ପରିବାର, ଡାକ୍ତର ଏବଂ ତାଙ୍କ ସହମତି ବିନା ୱାଙ୍ଗଚୁକଙ୍କୁ ମୁହଁରେ କିମ୍ବା ଶିରା ମାଧ୍ୟମରେ କୌଣସି ଔଷଧ କିମ୍ବା ତରଳ ପଦାର୍ଥ ଦିଆଯିବ ନାହିଁ । ଗୀତାଞ୍ଜଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ସେ ନିଜେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ଏବଂ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ସୋନମ ୱାଙ୍ଗଚୁକ ୨୮ ଜୁନରୁ ଜନ୍ତର ମନ୍ତରରେ NEET ପରୀକ୍ଷାର ଅନିୟମିତତା ଏବଂ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଅନଶନରେ ବସିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବା ପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଲ୍ଲୀ ପୋଲିସ ତାଙ୍କୁ ଶନିବାର ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲା । ଦିଲ୍ଲୀ ପୋଲିସର ଡେପୁଟି କମିଶନର ସଚିନ ଶର୍ମା କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଉଛି । ଦୀର୍ଘ ଅନଶନ ଏବଂ ଶରୀରରେ ଜଳର ଅଭାବ କାରଣରୁ ସେ ଦୁର୍ବଳ ହୋଇପଡ଼ିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ସହ ଡାକ୍ତରମାନେ ନିରନ୍ତର ନଜର ରଖିଛନ୍ତି ।

ଏହି ମଧ୍ୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜୀତ ଦିପକେ ଘୋଷଣା କରିଛନ୍ତି ଯେ, ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସେ ମଧ୍ୟ ଅନିର୍ଦ୍ଦିଷ୍ଟକାଳୀନ ଭୂଖ ହଡ଼ତାଳ ଆରମ୍ଭ କରିଛନ୍ତି । ୱାଙ୍ଗଚୁକଙ୍କ ମେଡିକାଲ ଟିମ୍ର ସୂଚନା ଅନୁସାରେ, ତାଙ୍କର ECG ରିପୋର୍ଟ ସାଧାରଣ*ରହିଛି। ତେବେ ରକ୍ତଚାପଓ ରକ୍ତରେ ଶର୍କରା ସାଧାରଣଠାରୁ କମ୍ ଥିବା ଜଣାପଡ଼ିଛି । ବର୍ତ୍ତମାନ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି ।

