ୟୁକେର କେମ୍ବ୍ରିଜଶାୟାରରେ ପ୍ରଥମ ହିନ୍ଦୁ ମନ୍ଦିର ସ୍ୱପ୍ନ ଭାଙ୍ଗିଲା : ୯୯୯ ବର୍ଷ ପାଇଁ ଲିଜ୍ ମଞ୍ଜୁର,

ବ୍ରିଟେନର କେମ୍ବ୍ରିଜଶାୟାରରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ଯୋଜନାକୁ ଏକ ବଡ଼ ଝଟକା ଲାଗିଛି। ଦକ୍ଷିଣ କେମ୍ବ୍ରିଜଶାୟାର ଜିଲ୍ଲା ପରିଷଦ ପକ୍ଷରୁ ମନ୍ଦିର ପାଇଁ ଅନୁରୋଧ କରାଯାଇଥିବା ଜମିକୁ ହିନ୍ଦୁ ସଂଗଠନ ପରିବର୍ତ୍ତେ ଏକ ଚର୍ଚ୍ଚ-ନେତୃତ୍ୱାଧୀନ ପ୍ରକଳ୍ପକୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବ୍ରିଟେନର କେମ୍ବ୍ରିଜଶାୟାରରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ଯୋଜନାକୁ ଏକ ବଡ଼ ଝଟକା ଲାଗିଛି। ଦକ୍ଷିଣ କେମ୍ବ୍ରିଜଶାୟାର ଜିଲ୍ଲା ପରିଷଦ ପକ୍ଷରୁ ମନ୍ଦିର ପାଇଁ ଅନୁରୋଧ କରାଯାଇଥିବା ଜମିକୁ ହିନ୍ଦୁ ସଂଗଠନ ପରିବର୍ତ୍ତେ ଏକ ଚର୍ଚ୍ଚ-ନେତୃତ୍ୱାଧୀନ ପ୍ରକଳ୍ପକୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଜମିକୁ ୯୯୯ ବର୍ଷ ପାଇଁ ଲିଜ୍ ଦିଆଯିବାକୁ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ଅନ୍ତର୍ଗତ ଜମିରେ ଏକ ଚର୍ଚ୍ଚ, ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ପାଇଁ ନମାଜ ପାଠ ସ୍ଥାନ ଏବଂ ଏକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ। 

ନର୍ଥଷ୍ଟୋ ସହରର ସ୍ଥାନୀୟ ଲୋକମାନେ ହିନ୍ଦୁ ସମାଜ ନର୍ଥଷ୍ଟୋ (ଏଚଏସଏନ) ନାମକ ଏକ ଦାତବ୍ୟ ଅନୁଷ୍ଠାନ ଗଠନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଜମିରେ ଏକ ହିନ୍ଦୁ ମନ୍ଦିର ସହିତ ଏକ ଆନ୍ତଃଧର୍ମ ଏବଂ ୱେଲନେସ୍ କେନ୍ଦ୍ର ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ପ୍ରସ୍ତାବଗୁଡ଼ିକର ମୂଲ୍ୟାଙ୍କନ କରିବା ପରେ, ପରିଷଦ ଏଚଏସଏନକୁ ୬୫% ଅଙ୍କ ପ୍ରଦାନ କରିଥିଲା, ଯେତେବେଳେ ନର୍ଥଷ୍ଟୋ ଚର୍ଚ୍ଚ ନେଟୱାର୍କ (ଏନସିଏନ) ୮୧% ଅଙ୍କ ପାଇଥିଲା। ଏହା ଆଧାରରେ, ଜମିକୁ ଏନସିଏନକୁ ପ୍ରଦାନ କରାଯାଇଥିଲା। ଏନସିଏନର ଯୋଜନାରେ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ପାଇଁ ଏକ ସ୍ଥାୟୀ ଇସଲାମିକ୍ ନମାଜ କକ୍ଷ ଏବଂ ଶିକ୍ଷା କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ ରହିଛି। 

ନର୍ଥଷ୍ଟୋ ମୁସଲିମ ସମ୍ପ୍ରଦାୟ କହିଛନ୍ତି ଯେ, ସହରରେ ୨୦୦ରୁ ଅଧିକ ମୁସଲିମ୍ ବାସ କରୁଛନ୍ତି ଏବଂ ସେମାନଙ୍କୁ ପାଞ୍ଚ ଥର ନମାଜ ପାଠ ପାଇଁ ଏକ ସ୍ଥାୟୀ ସ୍ଥାନର ଆବଶ୍ୟକତା ରହିଛି। ଏହି ନିଷ୍ପତ୍ତି ଯୋଗୁଁ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ନିରାଶ ହୋଇଛନ୍ତି। ଏଚଏସଏନ ସଭାପତି ଅପର୍ଣ୍ଣା ନିଗମ-ସକ୍ସେନା ସମଗ୍ର ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆର୍ଥିକ ରେକର୍ଡ ଅଭାବରୁ ସଂଗଠନକୁ କମ୍ ମାର୍କ ଦିଆଯାଇଥିଲା, କିନ୍ତୁ ସେମାନଙ୍କୁ ପୂର୍ବରୁ ଜଣାଯାଇନଥିଲା ଯେ, ଏହା ମୂଲ୍ୟାଙ୍କନର ଏତେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି। ସେ କହିଛନ୍ତି, ଯଦି ସେମାନେ ପୂର୍ବରୁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ପାଇଥାନ୍ତେ, ତେବେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଏବଂ ଜଣେ ସ୍ଥପତିଙ୍କ ରିପୋର୍ଟ ପ୍ରସ୍ତୁତ କରିପାରିଥାନ୍ତେ। ଏଚଏସଏନ ଏବେ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବାକୁ ବିଚାର କରୁଛି।

ସୂଚନାଯୋଗ୍ୟ,କେମ୍ବ୍ରିଜଶାୟାରରେ ଅନେକ ଚର୍ଚ୍ଚ ଏବଂ ମସଜିଦ ଅଛି, କିନ୍ତୁ କୌଣସି ହିନ୍ଦୁ ମନ୍ଦିର ନାହିଁ। ସେଠାରେ ରହୁଥିବା ହିନ୍ଦୁ ପରିବାରମାନଙ୍କୁ ପୂଜା କରିବା ପାଇଁ ଲଣ୍ଡନର ବର୍ମିଂହାମ କିମ୍ବା ୱେମ୍ବଲିକୁ ପ୍ରାୟ ଦୁଇ ଘଣ୍ଟାର ଯାତ୍ରା କରିବାକୁ ପଡ଼ିଥାଏ। ସ୍ଥାୟୀ ମନ୍ଦିର ନଥିବାରୁ ଗଣେଶ ଉତ୍ସବ, ମହାଶିବରାତ୍ରି ଏବଂ ଯଜ୍ଞ ଭଳି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରୁନାହିଁ। ପ୍ରାୟତଃ, ପୂଜା ପାଇଁ ମୂର୍ତ୍ତିଗୁଡ଼ିକୁ ବ୍ୟାଗ କିମ୍ବା ଗ୍ୟାରେଜରେ ରଖିବାକୁ ପଡୁଛି, ଯାହା ଫଳରେ ମୂର୍ତ୍ତିଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହୁଛି। ନର୍ଥଷ୍ଟୋର ହିନ୍ଦୁ ପରିବାର କହିଛନ୍ତି, ସେମାନେ ମହାଶିବରାତ୍ରି କିମ୍ବା ଯଜ୍ଞ ଭଳି ସାରା ରାତି ଧରି ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମରେ କେବେ ଅଂଶଗ୍ରହଣ କରିନାହାନ୍ତି। ସେମାନେ ଭାରତରେ ତାଙ୍କ ସମ୍ପର୍କୀୟମାନେ ଏହି ପର୍ବଗୁଡ଼ିକୁ ବହୁ ଉତ୍ସାହର ସହିତ ପାଳନ କରିଥାନ୍ତି, କିନ୍ତୁ ବ୍ରିଟେନରେ ଯୁବ ପିଢ଼ି ଧୀରେ ଧୀରେ ସେମାନଙ୍କ ସଂସ୍କୃତି ଏବଂ ଧାର୍ମିକ ପରମ୍ପରାରୁ ଦୂରେଇ ଯାଉଛନ୍ତି।
ପରିଷଦର ସଦସ୍ୟ ଡକ୍ଟର ଲିସା ରେଡ୍ରୁପ୍ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଥିଲେ ଯେ ସମସ୍ତ ଆବେଦନ ପୂର୍ବ-ପ୍ରତିଷ୍ଠିତ ନିୟମ ଏବଂ ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରାଯାଇଥିଲା। ତାଙ୍କ ମତରେ, ପ୍ରତ୍ୟେକ ସଂଗଠନକୁ ସେମାନଙ୍କର ପ୍ରକଳ୍ପର ଆବଶ୍ୟକତା, ଆର୍ଥିକ ପ୍ରସ୍ତୁତି ଏବଂ ଧାର୍ମିକ ଆବଶ୍ୟକତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ କୁହାଯାଇଥିଲା ଏବଂ ସେହି ଆଧାରରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *