ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ ।
ବାହାରିନ ର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ । ପାରମ୍ପରିକ ରୀତିରେ, ବାହାରିନ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଓ ଶ୍ରୀ ଶ୍ରୀ ରାଧା ଗୋପାଳ କୃଷ୍ଣ ମନ୍ଦିରର ୟାଦଵପତି କୃଷ୍ଣଦାସ ପ୍ରଭୁ ଓ ପ୍ରଶାନ୍ତ ପ୍ରଭୁ ରଥ ଉପରେ ଛେରାପହଁରା କରିବା ପରେ ରଥ ଆଗକୁ ଗଡ଼ିଥିଲା,ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ଭାବବିହୋଳ ହୋଇଥିଲେ । ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶା ର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ବାହାରିନ ଓଡ଼ିଆ ସମାଜର କୋଷାଦକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପାଣି , ସାଂସ୍କୃତିକ ସଂପାଦିକା ସରିତା ପାଢ଼ୀ, କ୍ରୀଡା ସମ୍ପାଦକ ଅନିରୁଦ୍ଧ ବିଶ୍ୱାଳ ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ। ବିଦେଶର ରଥ ଯାତ୍ରା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ର କଥା ବୋଲି, ସମାଜର ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେଶ ପଣ୍ଡା , ଜନ ସମ୍ପର୍କ ସମ୍ପାଦିକା ଅଙ୍କିତା ନାୟକ କହିଥିଲେ। ରଥ ନିର୍ମାଣଠୁ ଆରମ୍ଭ କରି ରଥ ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ମାନେ ସହଯୋଗ କରିଥଲେ। ବାହାରିନ ଓଡ଼ିଆ ସମାଜ ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଭକ୍ତ ମାନଙ୍କୁ ଉଦବୋଧନ ଦେଇ ବାହାରିନ ରେ ରଥ ଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ , ଦୀନେଶ ମହାନ୍ତି , ବିଷ୍ଣୁ ପ୍ରସାଦ ମହାନ୍ତି ପାରମ୍ପରିକ ରୀତିନୀତି ରେ ରଥ ଯାତ୍ରା କାର୍ଯ୍ୟକ୍ରମ ସାରିଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆକୁ ଧନ୍ୟବାଦ୍ ଜଣାଇବା ସହ,ସଂଗଠନ କୁ ସୁଦୃଢ କରିବା ଓ ଜଗନ୍ନାଥ ସଂସ୍କୃତି ,ପରମ୍ପରା କିଭଳି ଭାବରେ ପ୍ରଚାର ପ୍ରସାର ହେବା ସହ ପ୍ରତେକ ବର୍ଷ ବାହାରିନ ରେ ରଥ ଯାତ୍ରା ହେବ ଆଲୋଚନା କରିଥଲେ। । ସର୍ବଶେଷରେ ସାଧାରଣ ସଂପାଦକ ଶ୍ରୀଯୁକ୍ତ ସାରଦା ପଟ୍ଟନାୟକ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

