ଭୁବନେଶ୍ବରରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଘଟଣା,ସଫେଇ ରଖିଲା ରେଳ ବିଭାଗ

ପୁଣି ସାମ୍ନାକୁ ଆସିଲା ରେଳବିଭାଗର ଖାମଖିଆଲି ନୀତି। ଭୁବନେଶ୍ୱର ଷ୍ଟେସନରୁ ଖାଲି ଯାତ୍ରୀବାହୀ ଟ୍ରେନ ଗାଡିଆସି ମଞ୍ଚେଶ୍ୱର ଦିଗରୁ ଆସୁଥିବା ଏକ ଟ୍ରେନ୍‌କୁ ଦେଲା ଧକ୍କା।

ପୁଣି ସାମ୍ନାକୁ ଆସିଲା ରେଳବିଭାଗର ଖାମଖିଆଲି ନୀତି। ଭୁବନେଶ୍ୱର ଷ୍ଟେସନରୁ ଖାଲି ଯାତ୍ରୀବାହୀ ଟ୍ରେନ ଗାଡିଆସି ମଞ୍ଚେଶ୍ୱର ଦିଗରୁ ଆସୁଥିବା ଏକ ଟ୍ରେନ୍‌କୁ ଦେଲା ଧକ୍କା। କୋଣାର୍କ ଏକ୍ସପ୍ରେସ୍ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଦୁଇ ଟ୍ରେନ ଝାଡ଼ପଡା ବ୍ରିଜ ନିକଟ ଛିଡ଼ା ହୋଇଛି। କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ର ୪ ନମ୍ବର ପ୍ଲଟଫର୍ମ ରେ ଲାଗିଥିଲା ଓ ଟ୍ରାକ ଚେଞ୍ଜ ବେଳେ, ବ୍ରେକରେ ସମସ୍ୟା ହେବାରୁ କିଛି ରାସ୍ତା ଗଡ଼ି ଯାଇଥିଲା। ଫଳରେ ଅନ୍ୟ ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଏବେ ଦୁଇ ନମ୍ବର ଟ୍ରାକରେ ଅଛି ଉଭୟ ଟ୍ରେନ୍ ।

Leave a Reply

Your email address will not be published. Required fields are marked *