ବ୍ଲାକ୍ ସିରେ ଜାହାଜ ଉପରେ ଆକ୍ରମଣ, ଜଣେ ଭାରତୀୟଙ୍କ ମୃତ୍ୟୁ

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୧୮ ତାରିଖରେ ବ୍ଲାକ୍ ସି ଦେଇ ଯାଉଥିବା ସମୟରେ MV OMORFI ଉପରେ ଆକ୍ରମଣ ହୋଇଥିଲା । ଜାହାଜରେ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଥିଲେ ।

ବ୍ଲାକ୍ ସିରେ ପୁଣି ଘଟିଛି ଏକ ମର୍ମନ୍ତୁଦ ଘଟଣା । ରୁଷ ସାମୁଦ୍ରିକ ସୀମା ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ MV OMORFI ଉପରେ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦେଇଛି । 

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୧୮ ତାରିଖରେ ବ୍ଲାକ୍ ସି ଦେଇ ଯାଉଥିବା ସମୟରେ MV OMORFI ଉପରେ ଆକ୍ରମଣ ହୋଇଥିଲା । ଜାହାଜରେ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଥିଲେ । ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି । ସେପଟେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ବିଦେଶ ମନ୍ତ୍ରଣାଳୟ । ଏଥିସହ ନିରୀହ ବାଣିଜ୍ୟିକ ଜାହାଜ ଓ କ୍ରୁ ସଦସ୍ୟଙ୍କୁ ଟାର୍ଗେଟ୍ କରି ହେଉଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି । ଏପରି ଘଟଣା ସମୁଦ୍ର ନୌଚଳାଚଳର ସୁରକ୍ଷା ଓ ଆନ୍ତର୍ଜାତିକ ବାଣିଜ୍ୟର ସ୍ୱାଧୀନତା ପାଇଁ ବଡ଼ ବିପଦ ସୃଷ୍ଟି କରୁଥିବା ବିଦେଶ ମନ୍ତ୍ରାଳୟ କହିଛି ।

ଏହି ଘଟଣା ପରେ ରୁଷରେ ଥିବା ଭାରତୀୟ ଦୂତାବାସ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେଉଛି । ସମୁଦ୍ର ପଥରେ ସୁରକ୍ଷିତ ନୌଚଳାଚଳ ଓ ବିଶ୍ୱ ବାଣିଜ୍ୟର ନିରବଚ୍ଛିନ୍ନ ପ୍ରବାହ ସୁନିଶ୍ଚିତ କରିବାକୁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆନ୍ତର୍ଜାତିକ ଦାୟିତ୍ୱ ପାଳନ କରିବା ପାଇଁ ଭାରତ ଆହ୍ୱାନ କରିଛି ।

Leave a Reply

Your email address will not be published. Required fields are marked *