ଭାରତ ଗସ୍ତ ସମୟରେ କ୍ରାଉନ୍ ପ୍ରିନ୍ସ ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ୍ଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ। ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ ବୋଲି କୁହାଯାଉଛି।
୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟାନ୍ ନିଜ ଦେଶକୁ ଫେରିଛନ୍ତି। ତେବେ ଚାଲିଥିବା ପଶ୍ଚିମ ଏସିଆ ଉତ୍ତେଜନା ଏବଂ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ସହ ଯୁଦ୍ଧ ମଧ୍ୟରେ ସେ ସମିଟ୍ ଅଧାରୁ ଫେରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ଭାରତ ଗସ୍ତ ସମୟରେ କ୍ରାଉନ୍ ପ୍ରିନ୍ସ ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ୍ଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ। ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ ବୋଲି କୁହାଯାଉଛି। ଏହା ବ୍ୟତୀତ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ବୈଠକ ପରେ ଶେଖ୍ ଖାଲିଦ କହିଥିଲେ ଯେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ସହ ତଣାପୋଡ଼ କମାଇବା ଏବଂ ଅଞ୍ଚଳରେ ସ୍ଥିରତା ଆଣିବା ଉପରେ ଆଲୋଚନା ହୋଇଛି। ଏପଟେ ଇରାନ ପକ୍ଷରୁ ୟୁଏଇ ଉପରେ ବାଲିଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ହୋଇଥିବା ଦାବି ମଧ୍ୟ ଚିନ୍ତା ବଢ଼ାଇଛି। ସାଉଦି ଆରବ ମଧ୍ୟ ଡ୍ରୋନ୍ ଆକ୍ରମଣ ପରେ ଏହାର ଇଷ୍ଟ-ୱେଷ୍ଟ ତୈଳ ପାଇପଲାଇନ୍କୁ ବନ୍ଦ କରିଥିବା ଖବର ଆସିଛି।
ଅନ୍ୟପଟେ ହୁତି ବିଦ୍ରୋହୀମାନେ ରଣନୀତିକ ସମୁଦ୍ରବନ୍ଦର ମୋଖା ଉପରେ ନିୟନ୍ତ୍ରଣ ନେଇଥିବା ଦାବି ହୋଇଛି। ଏବେ ସେମାନେ ୟେମେନର ଗୁରୁତ୍ୱପୂର୍ଣ୍ଣ ସହର ତାଇଜ୍ ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି। ହୁତିଙ୍କ ଆକ୍ରମଣ ବନ୍ଦ କରିବାକୁ ସାଉଦି ଆରବ ପାକିସ୍ତାନ ମାଧ୍ୟମରେ ଇରାନକୁ ବାର୍ତ୍ତା ପଠାଇଥିବା ମଧ୍ୟ ଖବର ରହିଛି। ତେବେ ହୁତିଙ୍କ ଉପରେ ନିଜର ନିୟନ୍ତ୍ରଣ ନଥିବା ଇରାନ କହିଛି।

