ରେସିଂ ଟ୍ରାକ୍‌ରେ CM ବିଜୟ ଓ ତ୍ରିଶା, ଅଜିତଙ୍କୁ ଚିୟର୍ କରି ଜିତିଲେ ହୃଦୟ!

ଅଜିତ ନିଜ ରେସିଂ ପ୍ରତିବଦ୍ଧତା ଅନୁଯାୟୀ ସିଲଭରଷ୍ଟୋନ୍‌ରେ ହେଉଥିବା ମିଶେଲିନ୍ ଲେ ମାନ୍ସ କପ୍‌ର ରାଉଣ୍ଡରେ ଅଂଶଗ୍ରହଣ କରୁଛନ୍ତି। ଏହି ସମୟରେ ବିଜୟ ସେଠାରେ ପହଞ୍ଚି ଭାରତୀୟ ଡ୍ରାଇଭରମାନଙ୍କୁ ଉତ୍ସାହିତ କରିଛନ୍ତି।

ଲଣ୍ଡନର ସିଲଭରଷ୍ଟୋନ୍‌ ରେସିଂ ସର୍କିଟ୍‌ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଓ ଅଭିନେତା ଅଜିତ କୁମାରଙ୍କ ଭେଟ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ। ଉଭୟଙ୍କ ଭେଟର ଏକ ଭିଡିଓ ଭାଇରାଲ୍ ହେଉଛି। ଭିଡିଓରେ ବିଜୟଙ୍କୁ ଅଜିତଙ୍କ ଆଡକୁ ଦୌଡ଼ି ଯାଇ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

ଅଜିତ ନିଜ ରେସିଂ ପ୍ରତିବଦ୍ଧତା ଅନୁଯାୟୀ ସିଲଭରଷ୍ଟୋନ୍‌ରେ ହେଉଥିବା ମିଶେଲିନ୍ ଲେ ମାନ୍ସ କପ୍‌ର ରାଉଣ୍ଡରେ ଅଂଶଗ୍ରହଣ କରୁଛନ୍ତି। ଏହି ସମୟରେ ବିଜୟ ସେଠାରେ ପହଞ୍ଚି ଭାରତୀୟ ଡ୍ରାଇଭରମାନଙ୍କୁ ଉତ୍ସାହିତ କରିଛନ୍ତି। ରେସ୍‌ ଆୟୋଜକମାନେ ମଧ୍ୟ ବିଜୟଙ୍କ ଉପସ୍ଥିତିକୁ ନିଶ୍ଚିତ କରିଥିବା ଦାବି କରାଯାଇଛି।

ଅଜିତ ଫ୍ରେଞ୍ଚ ଡ୍ରାଇଭର ରୋମେନ୍ ୱୋଜ୍ନିଆକ୍‌ଙ୍କ ସହ LMP3 Pro/Am ବର୍ଗରେ ରେସ୍‌ କରୁଛନ୍ତି। ଏହାସହ ନାରାୟଣ କାର୍ତ୍ତିକେୟନ୍ ଓ ଆଦିତ୍ୟ ପଟେଲଙ୍କ ଭଳି ଭାରତୀୟ ଡ୍ରାଇଭରମାନେ ମଧ୍ୟ ଗ୍ରିଡ୍‌ରେ ରହିଛନ୍ତି।

ଏପଟେ ଅଭିନେତ୍ରୀ ରାଧିକା ଶରତକୁମାର ଓ ତ୍ରିଷା କୃଷ୍ଣନ୍‌ଙ୍କ ଲଣ୍ଡନ ଓ ସିଲଭରଷ୍ଟୋନ୍‌ ଅପଡେଟ୍‌ ମଧ୍ୟ ଚର୍ଚ୍ଚା ବଢ଼ାଇଛି। ତ୍ରିଷା ଓ ବିଜୟଙ୍କ ପୁରୁଣା ଅନ୍‌ସ୍କ୍ରିନ୍‌ ଯୋଡ଼ିକୁ ନେଇ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ଉଭୟେ ‘ଘିଲ୍ଲି’, ‘ତିରୁପାଚି’, ‘ଆଥି’, ‘କୁରୁଭି’ ଓ ‘ଲିଓ’ ଭଳି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *