ଝାଡ଼ଖଣ୍ଡ ପଟୁ ଆସିଥିବା ୪୨ଟିକିଆ ହାତୀପଲ, ପୂର୍ବରୁ ଥିବା ୩ହାତୀଙ୍କ ସହିତ ମିଶି ମୋଟ ୪୫ ଟିକିଆ ହାତୀପଲ ସୋମବାର ରାତିରେ ହାତୀଝୁରି ନିକଟରେ ୧୮ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ହାତୀଝୁରି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି ।
୧୮ ନମ୍ବର ଜାତୀୟ ରାଜପଥର ବେତନଟୀ ରେଞ୍ଜରେ ହାତୀ ଆତଙ୍କ । ହାତୀପଲ ରାସ୍ତା ପାର ହେବା ବେଳେ ଯାତାୟାତ ଠପ୍, ଅଟକିଲା ଶହ ଶହ ଗାଡ଼ି । ଝାଡ଼ଖଣ୍ଡ ପଟୁ ଆସିଥିବା ୪୨ଟିକିଆ ହାତୀପଲ, ପୂର୍ବରୁ ଥିବା ୩ହାତୀଙ୍କ ସହିତ ମିଶି ମୋଟ ୪୫ ଟିକିଆ ହାତୀପଲ ସୋମବାର ରାତିରେ ହାତୀଝୁରି ନିକଟରେ ୧୮ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ହାତୀଝୁରି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ହାତୀପଲ ରାଜପଥ ପାର ହେବା ସମୟରେ କିଛି ସମୟ ପାଇଁ ଯାତାୟାତ ଠପ୍ ହୋଇଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା ।
ବନବିଭାଗର ଆକଳନ ଅନୁଯାୟୀ, ହାତୀପଲ ଆଗକୁ କ୍ଷୀରପଦା ଜଙ୍ଗଲ ଦେଇ ନୀଳଗିରି ମୁହାଁ ହୋଇପାରନ୍ତି । ତେଣୁ ହାତୀପଲର ଗତିବିଧି ଉପରେ ବନବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏପଟେ ଲଗାଣ ବର୍ଷା ଓ ବନ୍ୟାରେ ଚାଷୀଙ୍କ ଫସଲ କ୍ଷତି ହୋଇଥିବା ବେଳେ ଧାନ ପାଚିବା ଆଗରୁ ହାତୀପଲର ପ୍ରବେଶ ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି ।

