ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର! ଅନ୍ୟ ଜମି ମାଲିକଙ୍କ ସହ ଝଗଡ଼ା ପରେ ହତ୍ୟା ଅଭିଯୋଗ

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଅନୁଗୋଳ ପାଳଲହଡ଼ାରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ମୃତକ ଖମାର ଥାନା ଜେନାପଡ଼ା ଗାଁର ସନ୍ତୋଷ ଗଡ଼ନାୟକ ।

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଅନୁଗୋଳ ପାଳଲହଡ଼ାରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ମୃତକ ଖମାର ଥାନା ଜେନାପଡ଼ା ଗାଁର ସନ୍ତୋଷ ଗଡ଼ନାୟକ । ସନ୍ତୋଷ ସାର ପକାଇବା ପାଇଁ ବିଲକୁ ଯାଇଥିବା ବେଳେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ସନ୍ଧ୍ୟା ସମୟରେ ଏନଏଚ୍‌-୧୪୯ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପଛ ଚାଷ ଜମିରୁ ସନ୍ତୋଷଙ୍କ ମୃତଦେହ ମିଳିଥିଲା । ନିକଟସ୍ଥ ଅନ୍ୟ ଜମି ମାଲିକଙ୍କ ସହ ଝଗଡ଼ା ପରେ ସନ୍ତୋଷଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶବ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *