ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଅସରାଏ ବର୍ଷା ପରେ ଚିତ୍ର ସମ୍ପୂର୍ଣ୍ଣ ଭାବେ ବେହାଲ ହୋଇପଡ଼ିଛି । ଅଳ୍ପ ସମୟର ବର୍ଷାରେ ହିଁ ବସଷ୍ଟାଣ୍ଡ ପରିସର ଜଳମଗ୍ନ ହୋଇଯାଇଛି । ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ଯାତ୍ରୀମାନେ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଅସରାଏ ବର୍ଷା ପରେ ଚିତ୍ର ସମ୍ପୂର୍ଣ୍ଣ ଭାବେ ବେହାଲ ହୋଇପଡ଼ିଛି । ଅଳ୍ପ ସମୟର ବର୍ଷାରେ ହିଁ ବସଷ୍ଟାଣ୍ଡ ପରିସର ଜଳମଗ୍ନ ହୋଇଯାଇଛି । ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ଯାତ୍ରୀମାନେ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସଷ୍ଟାଣ୍ଡ ଭିତରେ ଠିକ୍ଭାବରେ ଛିଡ଼ା ହେବାକୁ ମଧ୍ୟ ସ୍ଥାନ ନଥିବାରୁ ଯାତ୍ରୀମାନେ ବାଧ୍ୟ ହୋଇ ପାଣି ମଧ୍ୟରେ ଅସହାୟ ଭାବେ ଯିବା ଆସିବା କରୁଛନ୍ତି ।
କେତେକ ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି । ସ୍ଥାନୀୟ ଲୋକେ ଏବଂ ଯାତ୍ରୀମାନେ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । “ବସଷ୍ଟାଣ୍ଡରେ ଡଙ୍ଗା ଚଳାଇବା ସ୍ଥିତି ହୋଇଗଲାଣି” ବୋଲି କଟାକ୍ଷ କରିଛନ୍ତି ସାଧାରଣ ଲୋକେ । ଯଦି ଆଗାମୀ ଦିନରେ ପ୍ରବଳ ବର୍ଷା ହୁଏ, ତେବେ ସ୍ଥିତି ଆଉ ଅଧିକ ବେହାଲ ହେବାର ଆଶଙ୍କା ରହିଛି ବୋଲି ସତର୍କ କରାଯାଇଛି ।

